ଝାରସୁଗୁଡାରେ ୧୪୪ ଧାରା ସତ୍ତ୍ବେ ବିଜେଡି- ବିଜେପି ମୁହାଁମୁହିଁ

Apr 24, 2022 - 11:01
 53
ଝାରସୁଗୁଡାରେ ୧୪୪ ଧାରା ସତ୍ତ୍ବେ ବିଜେଡି- ବିଜେପି ମୁହାଁମୁହିଁ
ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଆତ୍ମହତ୍ୟାକୁ ନେଇ ଝାରସୁଗୁଡାରେ ତେଜୁଛି ବିବାଦ । ବଢୁଥିବା ଅସନ୍ତୋଷ ଆଜି ନେଇଛି ଉଗ୍ରରୂପ । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ୧୪୪ ଧାରା ଲାଗିଥିବା ସତ୍ତ୍ବେ ବିଜେଡି ବିଜେପି ମୁହାଁମୁହିଁ ହୋଇଛନ୍ତି । ଫଳରେ ଇଭୟ ଦଳ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ପରିସ୍ଥିତି ଅସମ୍ଭାଳ ହେବାରୁ ଶତାଧିକ ବିଜେଡି ଓ ବିଜେପି କର୍ମୀଙ୍କୁ ପୋଲିସ ଉଠେଇ ନେଇଛି । ଏହି ସମୟରେ ବିଜେଡି କର୍ମୀ ବିଜେପି କର୍ମୀଙ୍କୁ ଟମାଟୋ ମାଡ କରିଥିବା ଦେଖିବାକୁ ମିଳିଥିଲା । ସୂଚନା ଅନୁଯାୟୀ ଲଳିତ ସାହୁ ଆତ୍ମହତ୍ୟା ଘଟଣାରେ ଆଜି ଉଭୟ ବିଜେପି ବିଜେଡି ଧାରଣାରେ ବସିଥିଲେ, ୧୪୪ଧାରା ଜାରି ଥିବାରୁ ଉଭୟ ଗୋଷ୍ଠୀକୁ ଗିରଫ କରାଯାଇଛି । ତେବେ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲାରେ ମୁହଁ ଖୋଲିଲେ ନବ ଦାସ । ଆଇନକୁ ତା ବାଟରେ ଯିବାକୁ ଦିଅ, ଆଇନ ଅନୁଯାୟୀ ତଦନ୍ତ ହେବା ସହ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ନବ ଦାସ ।