ଜମିବାଡ଼ିକୁ ନେଇ ଗଣ୍ଡଗୋଳ ; ଯୁବକଙ୍କୁ ଆକ୍ରମଣ

Aug 14, 2018 - 19:09
 184
ଜମିବାଡ଼ିକୁ ନେଇ ଗଣ୍ଡଗୋଳ ; ଯୁବକଙ୍କୁ ଆକ୍ରମଣ
ଅନୁଗୋଳ ୧୪/୮(ସକାଳଖବର): ଠାକୁରଗଡ଼ ଥାନା ଅନ୍ତର୍ଗତ କଳାପାଟନାଳୀ ଗାଁର ଶରତ ନାୟକଙ୍କୁ ସେହି ଗାଁର ଗୋବର୍ଦ୍ଧନ ନାୟକ ଓ ତାଙ୍କ ମା ଫୁଲ ନାୟକ ଟାଙ୍ଗିଆରେ ଆକ୍ରମଣ କରିଥିବାନେଇ ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ, ଶରତନ ଓ ଗୋବର୍ଦ୍ଧନଙ୍କ ପରିବାର ମଧ୍ୟରେ ବହୁ ପୂର୍ବରୁ ଜମି ବାଡ଼ି ସମସ୍ୟାକୁ ନେଇ ଗଣ୍ଡଗୋଳ ଲାଗିରହିଥିଲା । ତେବେ ଆଜି ଏହି ଘଟଣାକୁ ନେଇ ଶରତ ଏକୁଟିଆ ଥିବାବେଳେ ତାଙ୍କୁ ଏକ ଟାଙ୍ଗିଆରେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଶରତଙ୍କ ଅବସ୍ଥା ଗୁରୁତର ଯୋଗୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।