ଛାତ୍ରାବାସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଛାତ୍ର

Dec 12, 2022 - 10:00
 39
ଛାତ୍ରାବାସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଛାତ୍ର
କୋଇଡା : ସୁନ୍ଦରଗଡ଼ ଜିଲ୍ଲା କୋଇଡା ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ୨୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲରେ ଆଜି ନିଆଁ ଲାଗିଯାଇଥିଲା | ତେବେ ସୌଭାଗ୍ୟବଶତଃ ହଷ୍ଟେଲରେ କେହି ନଥିବାରୁ କାହାର କୌଣସି କ୍ଷତି ହୋଇନାହିଁ | ମିଳିଥିବା ସୂଚନା ମୁତାବକ ହଷ୍ଟେଲରେ ନିଆଁ ଲାଗିଥିବାର ଜଣାପଡିବା ପରେ ହଷ୍ଟେଲ ସୁପରିଟେଣ୍ଡେଣ୍ଟ ଶିବାନନ୍ଦ ମାଝୀ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ |କୋଇଡା ଅଗ୍ନିଶମ ଅଧିକାରୀ ସୁର୍ଯ୍ୟ ବେହେରା ନିଜ ଟିମ୍ ସହ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଲାଗିବା ସମୟରେ ଛାତ୍ର ସମୁହ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ ବୋଲି କୌଣସି ଅଘଟଣ ଘଟି ନଥିଲା | କିନ୍ତୁ ଛାତ୍ରଙ୍କର ବେଡ୍ , ଆସବାବପତ୍ର, ଡ୍ରେସ୍ , ବହି ଖାତା ପୋଡିଯାଇଛି ।