ଚିତ୍ତରଞ୍ଜନ ହତ୍ୟା ମାମଲା, ରିମାଣ୍ଡ ପରେ ପୁଣି କୋର୍ଟରେ ହାଜର ହେଲେ ଅଭିଯୁକ୍ତ

Dec 27, 2021 - 08:33
 64
ଚିତ୍ତରଞ୍ଜନ ହତ୍ୟା ମାମଲା, ରିମାଣ୍ଡ ପରେ ପୁଣି କୋର୍ଟରେ ହାଜର ହେଲେ ଅଭିଯୁକ୍ତ
ପୁରୀ ୨୭।୧୨: ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲା। ସରିଲା ୨ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି । ଦୁଇ ଅଭିଯୁକ୍ତ ଜଗନ୍ନାଥ ଷଡ଼ଙ୍ଗୀ ଓ ଅଶୋକ ଉପାଧ୍ୟାୟ । ଉଭୟଙ୍କୁ ୨ ଦିନିଆ ରିମାଣ୍ଡରେ ନେଇ ପଚରାଉଚୁରା କରିଛି କ୍ରାଇମବ୍ରାଞ୍ଚ । ଆଜି ଉଭୟଙ୍କୁ ପ୍ରଥମେ ମେଡିକାଲ ଟେଷ୍ଟ ପରେ ପୁରୀ ଗ୍ରାମ ନ୍ୟାୟାଳୟରେ‌ ହାଜର କରାଗଲା‌। ଚିତ୍ତରଞ୍ଜନ ମୃତ୍ୟୁ ମିଷ୍ଟ୍ରୀ ନେଇ କ୍ରାଇମବ୍ରାଞ୍ଚ ହାତରେ ଆହୁରି ଅନେକ ଗୁରୁତ୍ବପୂର୍ଣ ତଥ୍ୟ ପ୍ରମାଣ ଲାଗିଥିବା ଅନୁମାନ। ଖବର ଅନୁଯାୟୀ, ବ୍ରହ୍ମଗିରି ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ଘଟଣାର ଛାନ୍‌ଭିନ୍‌ କରୁଛି କ୍ରାଇମବ୍ରାଞ୍ଚ । ଏହି ଘଟଣାରେ ସଂପୃକ୍ତି ଥିବା ଅଭିଯୋଗରେ ୨ଜଣଙ୍କ ଗିରଫ କରିଛି କ୍ରାଇମବ୍ରାଞ୍ଚ । ସେମାନଙ୍କୁ ରିମାଣ୍ଡରେ ନେଇ ତଥ୍ୟ ଯୋଗାଡ଼ କରୁଛି କ୍ରାଇମ୍‌ବ୍ରାଞ୍ଚ । ତେବେ ଚିତ୍ତଙ୍କ ମୃତ୍ୟୁ ପଛରେ କାରଣ କଣ ? ତାଙ୍କୁ ହତ୍ୟା କରାଯାଇଛି । ନା କୌଣସି ଅଘଟଣରୁ ଚିତ୍ତରଞ୍ଜନଙ୍କ ମୃତ୍ୟୁ ହୋଇଛି । ସେନେଇ ଖୋଲାତାଡ଼ କରୁଛି କ୍ରାଇମ୍‌ବ୍ରାଞ୍ଚ । ପୂର୍ବ ତଦନ୍ତ ଅନୁସାରେ କ୍ରାଇମବ୍ରାଞ୍ଚ ହାତରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି । ଯାହାକୁ ଆଧାର କରି କ୍ରାଇମବ୍ରାଞ୍ଚ ଉଭୟ ଅଭିଯୁକ୍ତଙ୍କୁ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ ।