ଗୋଦରେଜ ଆପ୍ଲିଆନସେସର ନେଟ୍ ଲାଭ ୮୦% ଓ ବିକ୍ରି ୧୪% ବୃଦ୍ଧି

Jul 30, 2018 - 14:47
 161
ମୁମ୍ବାଇ, ୩୦/୭: ଦେଶର ଅଗ୍ରଣୀ ଏଫଏମସିଜି କଂପାନୀ ଗୋଦରେଜ ଆପ୍ଲିଆନସେସ୍ ଗତ ଜୁନ ୩୦ ତାରିଖ ସୁଦ୍ଧା ଶେଷ ହୋଇଥିବା ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସର ଆର୍ଥିକ ଫଳାଫଳ ଘୋଷଣା କରିଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ କଂପାନୀର ସଂଗଠିତ ବିକ୍ରି ୧୦% ବୃଦ୍ଧି ପାଇଛି । ଭାରତରେ କଂପାନୀର ବିକ୍ରି ପରିମାଣରେ ୧୪% ବୃଦ୍ଧି ପାଇବା ସହ ବିକ୍ରି ଅଭିବୃଦ୍ଧି ମଧ୍ୟ ୧୪% ହୋଇଛି । ସେହିପରି ଆନ୍ତର୍ଜାତିକ ବ୍ୟବସାୟରେ ବିକ୍ରି ଅଭିବୃଦ୍ଧି ମଧ୍ୟ ୭% ହୋଇଛି । ଏହି ତ୍ରୟମାସରେ କନଷ୍ଟାଣ୍ଟ କରେନ୍ସି ଏବିଟଡ଼ା ୨୬% ବୃଦ୍ଧି ପାଇଛି । ସେହିପରି ସଂଗଠିତ ନେଟ୍ ଲାଭ ଓ ଇପିଏସ୍ ୩୬% ବୃଦ୍ଧି ପାଇଛି । ଏହି ପରିପ୍ରେକ୍ଷୀରେ ବୋଡର଼୍ ମଧ୍ୟମର୍ତ୍ତୀକାଳୀନ ଲାଭାଂଶ ୨୦୦% ଓ ବୋନସ୍ ସେୟାର ପ୍ରଦାନ ବିଷୟ ଘୋଷଣା କରିଛି । ୨ଟି ସେୟାର ପିଛା କଂପାନୀ ଗୋଟିଏ ବୋନସ୍ ସେୟାର ପ୍ରଦାନ କରିବ । ଏହି ଅବସରରେ ଜିସିପିଏଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷା ନିଶା ଗୋଦରେଜ କହିଛନ୍ତି ଯେ, ଉତ୍ତମ ଲାଭ ସହ ଆମେ ଚଳିତ ଆର୍ଥିକ ବର୍ଷ ଆରମ୍ଭ କରିଛୁ । ଆଗାମୀ ଦିନରେ ଦେଶରେ ବିଭିନ୍ନ ଭାଗରେ ବ୍ୟବସାୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । କଂପାନୀର ସଂଗଠିତ ବିକ୍ରି ୧୦% ବୃଦ୍ଧି ପାଇଛି ।