ଗିରଫ ହୋଇପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ

Mar 5, 2023 - 10:28
 32
ଗିରଫ ହୋଇପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଘରେ ଜାମିନ ବିହୀନ ଗିରଫ ୱାରେଣ୍ଟ ନେଇ ପୁଲିସ ପହଞ୍ଚିଛି। ତାଙ୍କ ଉପରେ ଗିରଫଦାରୀର ଖଣ୍ଡା ଝୁଲୁଥିବା କୁହାଯାଉଛି। ଯାହା କୌଣସି ମୁହୂର୍ତ୍ତରେ ବି ଖସିପାରେ । ଇସଲାମାବାଦ ଆଇଜି ମାର୍ଚ୍ଚ ୫ ତାରିଖରେ ଅର୍ଥାତ ଆଜି ଇମ୍ରାନ ଖାନଙ୍କୁ ଗିରଫ ପାଇଁ ଆଦେଶ ଦେଇଛନ୍ତି। କୋର୍ଟ ପୁଲିସକୁ କହିଛନ୍ତି, ଯେ ଇମ୍ରାନଙ୍କୁ ମାର୍ଚ୍ଚ ୭ ଭିତରେ ଯେମିତି ହେଲେ ବି ହାଜର ହେବାକୁ ପଡ଼ିବ। ଏହି ଘଟଣାକୁ ନେଇ ଇମ୍ରାନଙ୍କ ସମର୍ଥକ ଓ ପୁଲିସ ମୁହାଁମୁହିଁ ବି ହୋଇଛି। ଇମ୍ରାନଙ୍କ ଘର ସାମ୍ନାରେ ତାଙ୍କ ପ୍ରଶଂସକଙ୍କ ପ୍ରବଳ ଭିଡିଓ ଲାଗିଥିବା ଦେଖିବାକୁ ମିଳିଛି। ଅତିରିକ୍ତ ସେସନ ଜଜ ଜଫର ଇକବାଲ ଫେବୃଆରି ୨୮ରେ ସଙ୍ଘୀୟ ରାଜଧାନୀରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବି‌ରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ। ଏହାକୁ କେନ୍ଦ୍ର କରି ଇସଲାମାବାଦ ପୁଲିସ ରବିବାର ତୋସାଖାନା ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରିବା ପାଇଁ ଜମାନ ପାର୍କସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଛି। ପିଟିଆଇର ବରିଷ୍ଠ ଉପାଧ୍ୟକ୍ଷ ଫୱାଦ ଚୌଧୁରୀ ଇମ୍ର‌ାନଙ୍କ ଗିରଫ ହେବା ଖବରକୁ ନେଇ କହିଛନ୍ତି ଯେ, ‘ଯଦି ସରକାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗିରଫ ପାଇଁ କୌଣସି ପଦକ୍ଷେପ ଉଠାନ୍ତି ତେବେ‌ ପରିସ୍ଥିତି ଭଲ ହେବ ନାହିଁ। ଇମ୍ରାନଙ୍କ ଗିରଫଦାରୀ ସହିତ ଅବସ୍ଥା ଆହୁରି ଖରାପ ହୋଇପାରେ। ଏଥିସହିତ ସେ ପାକିସ୍ତାନ ବିରୋଧୀ ସରକାରଙ୍କୁ ଚେତାବନୀ ଦେଇଛନ୍ତି।।’ ସରକାର ଏବଂ ପ୍ରଶାସନ ପାକିସ୍ତାନକୁ ଆହୁରି ଅସୁବିଧାରେ ନପକାନ୍ତୁ। ବୁଝିସୁଝି ବିଚାର କରି ଆଗକୁ ବଢ଼ନ୍ତୁ ବୋଲି ଫୱାଦ ଚୌଧୁରୀ କହିଛନ୍ତି।