ଗାଁରେ ଲାଗିଛି ମାଓ ପୋଷ୍ଟର, ପଞ୍ଚାୟତ ନିର୍ବାଚନକୁ ବାତିଲା ପାଇଁ ଉଲ୍ଲେଖ

Jan 18, 2022 - 05:25
 67
ଗାଁରେ ଲାଗିଛି ମାଓ ପୋଷ୍ଟର, ପଞ୍ଚାୟତ ନିର୍ବାଚନକୁ ବାତିଲା ପାଇଁ ଉଲ୍ଲେଖ
କଣ୍ଟାବାଞ୍ଜି ୧୮।୦୧: ଗାଁର ମାଓ ପୋଷ୍ଟର । ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବା ଦାବିରେ ମରାଯାଇଛି ପୋଷ୍ଟର । ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ସମରସିଂ ଗାଁରେ ମରାଯାଇଛି ପୋଷ୍ଟର । ଖବର ଅନୁଯାୟୀ, ଗାଁରେ ଲୋକମାନେ ଏକଜୁଟ ହୋଇ ନିଜର ସରକାର ଗଠନ କରିବା, ଦୁର୍ନୀତି ଗ୍ରସ୍ତ ମିଛ ନିର୍ବାଚନକୁ ବର୍ଜନ କରିବା , ଗାଁର ବିକାଶ ପାଇଁ ଦାବି କରିବାକୁ ଉଲ୍ଲେଖ ରହିଛି । ପୋଷ୍ଟରରେ ଓଡିଆ ଭାଷାରେ ଲେଖା ହୋଇଛି । ବଲାଙ୍ଗୀର -ବରଗଡ଼- ମହାସମୁନ୍ଦ ଡିଭିଜନ ପକ୍ଷରୁ ପୋଷ୍ଟର ମରାଯାଇଛି। ତୁରେକେଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟାନର-ପୋଷ୍ଟର ଜବତ କରିଛି । ଏହାସହିତ ଘଟଣାରେ ତଦନ୍ତ ଜାରି ରହିଛି ।