ପିଡ଼ିଏସ୍ ବଣ୍ଟନରେ ନେଟ୍ ସମସ୍ୟା

Sep 10, 2019 - 06:53
 117
କେନ୍ଦୁଝର,୯/୯(ସକାଳଖବର): ଅବିଭକ୍ତ କେନ୍ଦୁଝର ଜିଲ୍ଲା ଏକ ପାହାଡ ଜଙ୍ଗଲ ପରିବେଷ୍ଟିତ ଆଦିବାସୀ ବହୁଳ ଜିଲ୍ଲା ଭାବେ ପରିଚିତ । ଜିଲ୍ଲାର ଅନେକ ଅଞ୍ଝଳର ଭୋ÷÷ଗଳିକ ସ୍ଥିତି ପ୍ରାୟତଃ ନଦୀ , ପାହାଡ,ପର୍ବତ , ଜଙ୍ଗଲ ଘେରା । ଜିଲ୍ଲାର ଅଗମ୍ୟ ଅଞ୍ଝଳ କଥା ନକହିବା ଭଳ । ସେଭଳି ଅଞ୍ଝଳରେ ଅଧିବାସୀଙ୍କ ପାଇିଁ ନା ଅଛି ରାସ୍ତା ନା ଅଛି ଶୁଦ୍ଧ ପାନୀୟଜଳର ବ୍ୟବସ୍ଥା ନା ଅଛି ଇଟଂରନେଟର ସ୍ୱବ୍ୟବସ୍ଥା । ଯେଭଳିକି ଏଭଳି ସବୁ ଅଂଚଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଜିଟାଲ ଇଣ୍ଡିଆ ପ୍ରତି ଏକ ପ୍ରହସନରେ ପରିଣତ ହୋଇଛି । ଏଭଳି ଅବସ୍ଥା ଦେଖିବାକୁ ମିଳିଛି ଜିଲ୍ଲାର ଝୁମ୍ପୁରା ବ୍ଳକ ଅଞ୍ଝଳରେ । ସାଧାରଣ ଲେକଙ୍କ ପାଇିଁ ଝୁମ୍ପୁରା ବ୍ଲକର ଅଗମ୍ୟ ପାହାଡ, ଜଙ୍ଗଲ ପରିପୂର୍ଣ୍ଣ ପଂଚାୟତ ଗୁଡିକରେ ପିଡିଏସ (ଚାଉଳ, ଗହମ) ବଣ୍ଟନ କ୍ଷେତ୍ରରେ ବ୍ୟାପକ ଅବ୍ୟବସ୍ଥା ସୃଷ୍ଟି ହୋଇଛି । ନୂଆ ନିୟମ ଅନୁସାରେ ଅଧାର ଲିଙ୍କ କରିଥିବା ରାଶନ କାର୍ଡଧାରୀ ପୁସ୍ ମେସିନରେ ନିଜର ଆଙ୍ଗୁଠି ଛାପ ଦେବା ପରେ ମେସିନ ଓ.କେ ର ସଙ୍କେତ ଦେବା ପରେ ସେମାନେ ପି.ଡି.ଏସ ସାମଗ୍ରୀ ନେଇଥାନ୍ତି । ହେଲେ ଝୁମ୍ପୁରା ବ୍ଳକ ଅଞ୍ଝଳର ଜଙ୍ଗଲାଚଂଳରେ ଦିନ ଦିନ ଧରି ନେଟ୍ କନେକସନ ରହୁ ନ ଥିବା କାରଣରୁ ପଂଚାୟତ କାର୍ଯ୍ୟାଳୟରେ ରହିଥିବା ପୁସ ମେସିନ ସ୍ୱଭାବିକ ଭାବେ କାମ କରୁନାହିଁ । ଫଳରେ ପଂଚାୟତ ପି.ଇ.ଓ କିମ୍ବା ଜି.ଆର.ଏସ ମାନଙ୍କୁ ଜଙ୍ଗଲ ଅଞ୍ଝଳ ମଧ୍ୟରେ ଯେଉଁ ସ୍ଥାନରେ ନେଟ ଲାଗିବାର ସମ୍ଭାବନା ରହିଛି , ଜଙ୍ଗଲ ଇଲାକାର ସେହି ସ୍ଥାନକୁ ଖୋଜି ଖୋଜି ଯିବାକୁ ପଡୁଛି ।ଏବଂ କାର୍ଡଧାରୀ ମଧ୍ୟ ଉକ୍ତ ସ୍ଥାନରେ ପହଁଚି ନିଜର ଟିପଚିହ୍ନ ମେସିନରେ ମ୍ୟାଚ କରାଇବା ପରେ ଚିରକୁଟ ନେଇ ପଂଚାୟତ କାର୍ଯ୍ୟାଳୟରେ ପହଞ୍ଝୁ ଅଛନ୍ତିି, ଏବଂ ତା’ପରେ ଚାଉଳ, ଗହମ ସଂଗ୍ରହ କରିପାରୁଛନ୍ତି । ଏଭଳି ଘଟଣା ନିକଟରେ ଦେଖିବାକୁ ମିଳିଥିଲା କୁଟୁଗାଁ ଗ୍ରାମ ପଂଚାୟତରେ । ଏଠାରେ ନେଟ ନ ଥିବା କାରଣର ୁ କୁଟୁଗାଁ ପଂଚାୟତର ଜି.ଆର.ଏସ ଜଗନ୍ନାଥ ସାଣ୍ଡିଲଙ୍କୁ ଧାତିକା ଛକ ନିକଟକୁ ପୁସ ମେସିନ ନେଇ ଆସି ଟିପଚିହ୍ନ ନେଉବାକୁ ପଡିଥିଲା । ପଂଚାୟତ କାର୍ଯ୍ୟାଳୟ ଠାରୁ ଧାତିକା ଛକର ଦୂରତ୍ୱ ପ୍ରାୟ ୫କି.ମି ହୋଇଥିବା ବେଳେ, କୁଟୁଗାଁ ଗ୍ରାମ ପଂଚାୟତର ନାଉପାଣି, ଜୟପୁର, ହାତୀଦରୀ ଗ୍ରାମ ଗୁଡିକରୁ ଏହାର ଦୂରତ୍ୱ ପ୍ରାୟ ୧୨କି.ମି ରୁ ଉର୍ଦ୍ଧ ରହିଛ । ପିଡିଏସ ସାମଗ୍ରୀ ନେବା ପାଇଁ ଏତେ ଦୂରରୁ ଜଙ୍ଗଲ ରାସ୍ତା ପାରି ହେବାକୁ ପଡୁଥିବାରୁ କାର୍ଡଧାରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ବିକଳ୍ପ ବ୍ୟବସ୍ଥା ପାଇିଁ ଉଚ୍ଛ ପ୍ରକାଶ ପାଉଛି । ହାତୀଦରୀ ଗ୍ରାମର ବାଲମା ମୁଣ୍ଡା, ପଦ୍ମା ମୁଣ୍ଡା, ସାବିତ୍ରୀ ମୁଣ୍ଡା, ବୁଦୁନୀ ମୁଣ୍ଡା, ଦସମା ମୁଣ୍ଡା ପ୍ରମୁଖ, ନାଉପାଣି ଗ୍ରାମର ଚମ୍ପା ମୁଣ୍ଡା, ଲତା ମୁଣ୍ଡା, ସମାରି ମୁଣ୍ଡା ପ୍ରମୁଖ, ସାନଯୋଡା ଗ୍ରାମର କାଇଁଚ ନାଏକ, ରଇବାରୀ ଦେହୁରୀ ପ୍ରମୁଖ ଏଭଳି ଘଟଣାରେ ତୀବ୍ର ଅସନ୍ତୁଷ୍ଟତା ପ୍ରକାଶ କରିବା ସହ ସରକାର ଆମକୁ ଚାଉଳ ଗଣ୍ଡେ ଦେଉଛି ବୋଲି ଏତେ ହଇରାଣ ହରକତ କରୁଛି, ଯେ କହିବାର ନାହିଁ ବୋଲି କହିଛନ୍ତି ।