ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

Nov 1, 2018 - 17:18
 190
ଖୋଲିଲା ଶିମିଳିପାଳ ଅଭୟାରଣ୍ୟ
ବାରିପଦା,୧/୧୧ (ସକାଳଖବର): ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଶିମିଳିପାଳ ଅଭୟାରଣ୍ୟ ଗୁରୁବାରଠାରୁ ପର୍ଯ୍ୟଟକମାନଙ୍କ ନିମନ୍ତେ ଖୋଲିବା ପରେ ପ୍ରଥମ ଦିନରେ ପିଠାବଟା ରେଞ୍ଜର ଲୁଲୁଙ୍ଗ ଫାଟକ ଦେଇ ୮ଟି ୪ ଚକିଆ ଯାନରେ ୪୫ ଜଣ ପର୍ଯ୍ୟଟକ ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିଥିବା ସମୟରେ ଯଶୀପୁରର କାଳିଆଣି ଫାଟକ ଦେଇ ୮ଟି ୪ ଚକିଆ ଯାନରେ ୫୨ ଜଣ ଏହି ପରି ମୋଟ ୧୩ଟି ଯାନରେ ୯୭ରୁ ଅଧିକ ପର୍ଯ୍ୟଟକ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିଛନ୍ତି ଏବଂ ପର୍ଯ୍ୟଟକମାନଙ୍କୁ ପିଠାବଟା ପ୍ରବେଶ ପଥରେ ଆଞ୍ଚଳିକ ବନସଂରକ୍ଷକ ଅରୁଣ କୁମାର ବିଶ୍ୱାଳ, ପିଠାବଟା ରେଞ୍ଜର ଉଗ୍ରସେନ ଜେନା ଓ ଫରେଷ୍ଟ କର୍ମଚାରୀମାନେ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିଥିବା ପର୍ଯ୍ୟଟକମାନଙ୍କ ମଧ୍ୟରେ ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ରହିଛନ୍ତି ଏବଂ ଅଣୟାରଣ୍ୟର କୁଅାଁରୀଠାରେ ୫ ଜଣ ପର୍ଯ୍ୟଟକ ରାତ୍ରୀ ଯାପନ କରିବାର ସୂଚନା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ସେହିପରି ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ପର୍ଯ୍ୟଟକମାନଙ୍କ ପ୍ରବେଶ ନିମନ୍ତେ ବାରିପଦା ଓ ଯଶୀପୁର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟରୁ ଅନୁମତି ମିଳିପାରିବ । ପ୍ରତ୍ୟେକ ଦିନ ପିଠାବଟା ରେଞ୍ଜର ଲୁଲୁଙ୍ଗ ଫାଟକ ଦେଇ ୨୫ ଟି ଓ ଯଶୀପୁର ଫାଟକ ଦେଇ ୩୫ ଗୋଟି ଚାରିଚକିଆ ଯାନ ପ୍ରବେଶ ନିମନ୍ତେ କ୍ରମାନ୍ୱୟରେ ଅନୁମିତି ମିଳିପାରିବ । ଅଭୟାରଣ୍ୟକୁ ସ୍ୱଚ୍ଛ ନିର୍ମଳ ରଖିବା ଲକ୍ଷ୍ୟ ନେଇ ପର୍ଯ୍ୟଟକମାନେ ଭିତରକୁ ପ୍ରବେଶ ସମୟରେ ନିଜ ସାଥୀରେ ପ୍ଲାଷ୍ଟିକ ସାମଗ୍ରୀ, ମାଦକ ଦ୍ରବ୍ୟ, ଆମିଷ ଆଦି ନେବା ଉପରେ କଟକଣା ଜାରି କରାଯାଇଛି । ଚଳିତ ବର୍ଷ ଅଭୟାରଣ୍ୟ ମଧ୍ୟରେ ପର୍ଯ୍ୟଟକମାନଙ୍କର ରାତ୍ରି ରହଣି ନିମନ୍ତେ ବଫର ଏରିଆର ଜାମୁଆଣି ଆଦି ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା ଯୋଗାଇ ଦିଆ ଯାଉଥିବା ବେଳେ କୁଆଁରୀଗାଁ ନିକଟରେ ବାଉଁଶରେ ନିର୍ମିତ କଟେଜର ବ୍ୟବସ୍ଥା କରାଯାଇଛି ।