କୁବେର ଅଧିକାରୀ ଅଟକ, ଫ୍ରିଜ୍ ହେଲା ବ୍ୟାଙ୍କ ଆକାଉଣ୍ଟ

Nov 10, 2021 - 06:46
 81
କୁବେର ଅଧିକାରୀ ଅଟକ, ଫ୍ରିଜ୍ ହେଲା ବ୍ୟାଙ୍କ ଆକାଉଣ୍ଟ
ଭୁବନେଶ୍ୱର: ଗତକାଲି OPHWCର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଆଖି ଖୋସିଦେବା ପରି ସମ୍ପତ୍ତି ଠାବ କରିବା ପରେ ଆଜି ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍‌ କରିଛି ଭିଜିଲାନ୍ସ। ଏହା ସହିତ ରାଜ୍ୟ ସରକାରଙ୍କ ଏହି କୁବେର ଅଧିକାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ। ପ୍ରତାପ ସାମଲଙ୍କ ଠାରୁ ଗତକାଲି ବିଡ଼ା ବିଡ଼ା ଟଙ୍କା, ମାଳ ମାଳ ପ୍ଲଟ, ଆଖି ଖୋସିଲା ପରି ବିଲ୍ଡିଂ ଓ ଆପାର୍ଟମେଣ୍ଟ ଜବତ କରିବା ପରେ ତାଜୁବ ହୋଇଯାଇଥିଲେ ଚଢ଼ାଉ କରିବାକୁ ଯାଇଥିବା ଭିଜିଲାନ୍ସ ଅଧିକାରୀ। ବିଳମ୍ବିତ ରାତି ଯାଏ ହିସାବ ସରି ନଥିଲା। ତାଙ୍କ ଠାରୁ ୨୫ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ । ୨୫ଟି ପ୍ଲଟର ମୂଲ୍ୟ ରେଜିଷ୍ଟ୍ରେସନ ଓ ଷ୍ଟାମ୍ପ ଡ୍ୟୁଟି ମିଶାଇ ୩,୪୧,୫୮,୪୧୨ ଟଙ୍କା ।