କାର୍ଯ୍ୟ କ୍ଷେତ୍ରରେ ଯୋଗଦାନ କରିଛନ୍ତି । ଧଳସାମନ୍ତ ଭ୍ରାତାଙ୍କ ପିଟିସନ ଉପରେ ଶୁଣାଣି ଶେଷ

Jun 18, 2018 - 14:33
 186
କାର୍ଯ୍ୟ କ୍ଷେତ୍ରରେ ଯୋଗଦାନ କରିଛନ୍ତି ।  ଧଳସାମନ୍ତ ଭ୍ରାତାଙ୍କ ପିଟିସନ ଉପରେ ଶୁଣାଣି ଶେଷ
କଟକ,୧୮ା୬(ସକାଳଖବର): ଦୀପୁ ଓ ଓରଫ୍ ମନୋଜ ମଲ୍ଲିକ ହତ୍ୟାକାଣ୍ଡ ମାମଲାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦୁଇ ଭାଇଙ୍କୁ ହାଜର କରିବା ନେଇ ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ପିଟିସନ ଉପରେ ସୋମବାର ଜିଲ୍ଲା ଓ ଦୌରା ଜଜ୍ ସତ୍ୟନାରାୟଣ ମିଶ୍ରଙ୍କ ଇଜଲାସରେ ଧଳସାମନ୍ତଙ୍କ ପିଟିସନ ଉପରେ ଉଭୟ ପକ୍ଷରୁ ଶୁଣାଣି ଶେଷ ହୋଇଛି । ଏହି ମାମଲାରେ ଆସନ୍ତା ୨ତାରିଖରେ ରାୟ ପ୍ରକାଶ କରିବା ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି । ସେହିପରି ବଲାଙ୍ଗୀର ଜେଲରେ ଥିବା ସୁଶାନ୍ତ ଧଳସାମନ୍ତଙ୍କୁ ଜେଲ ମଧ୍ୟରେ କୁଲର ଯୋଗାଇ ଦେବା ପିଟିସନ ଉପରେ ମଧ୍ୟ ଶୁଣାଣି ହୋଇଥିଲା । ବଲାଙ୍ଗୀରରେ ୪୦ଡିଗ୍ରୀରୁ ଅଧିକା ଉତ୍ତାପ ରହୁଛି, ସେଠାରେ ଥିବା କିଛି ଅନ୍ତେବାସୀଙ୍କୁ କୁଲର ଦିଆଯାଇଥିବାବେଳେ ଆବେଦନକାରୀଙ୍କୁ କୁଲର ଦିଆଯିବା ନେଇ କୌଣସି ବ୍ୟବସ୍ଥା ହେଉନାହି ବୋଲି ଅଭିଯୋଗ କରି ପିଟିସନ ଦାଖଲ ହୋଇଥିଲା । ତେବେ କୁଲର ବ୍ୟବସ୍ଥା ନେଇ କଣ ପଦକ୍ଷେପ ନିଆଯାଇଛି ସେ ସଂକ୍ରାନ୍ତରେ ୩ଦିନ ମଧ୍ୟରେ ଜବାବ ଦାଖଲ ପାଇଁ ଜେଲ କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ମାମଲାର ବିବରଣୀରୁ ପ୍ରକାଶ ଯେ ବାଲେଶ୍ୱର ଜେଲରେ ଥିବା ସୁଶୀଲ ଧଳସାମନ୍ତ, ବଲାଙ୍ଗୀର ଜେଲରେ ଥିବା ସୁଶାନ୍ତ ଧଳସାମନ୍ତଙ୍କୁ ନେବା ଆଣିବାରେ ଅଧିକା ଖର୍ଚ୍ଚ ହେଉଛି; ତେବେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦୁଇ ଭାଇଙ୍କୁ ହାଜର କରିବା ପାଇଁ ସରକାରଙ୍କ ପକ୍ଷରୁ କୋର୍ଟରେ ନିବେଦନ କରାଯାଇଥିଲା । ତେବେ ଧଳସାମନ୍ତଙ୍କ ଓକିଲ ଏହାକୁ ବିରୋଧ କରି ଏକ ପିଟିସନ ଦାୟର କରିଥିଲେ ।