କାର୍‌ ଦୁର୍ଘଟଣା, ଏକାଧିକ ଆହତ

Feb 13, 2022 - 05:04
 73
କାର୍‌ ଦୁର୍ଘଟଣା, ଏକାଧିକ ଆହତ
ଦାରିଙ୍ଗବାଡ଼ି ୧୩।୦୨: ଦାରିଙ୍ଗବାଡ଼ି ଡୁଲୁରୀ ପାଇନ୍‌ ଜଙ୍ଗଲ ବ୍ରିଜ୍‌ ନିକଟରେ ଦୁର୍ଘଟଣା । ପାଣି ପମ୍ପ ହାଉସର ପାଚେରୀ ଭାଙ୍ଗି କାର୍‌ ଦୁର୍ଘଟଣା ।ଏହି ଦୁର୍ଘଟଣାରେ ଏକାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ଇକୋ ରିସେଟର ଏକ କାର ଦାରିଙ୍ଗବାଡ଼ିରୁ ବୁଲିବାକୁ ଯାଉଥିବା ସମୟରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ସମୟରେ ଗାଡ଼ିରେ ଥିବା ଜଣେ ମହିଳା ଏବଂ ପୁରୁଷ ଗୁରୁତର ହୋଇଥିବା ବେଳେ ଡ୍ରାଇଭର ଆହତ ହୋଇଛନ୍ତି । ପ୍ରଥମେ ତାଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏହାପରେ କିଛି ସ୍ଥାନୀୟ ବାସିନ୍ଦା ପରେ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଦାରିଙ୍ଗବାଡ଼ି ପୋଲିସ ପହଞ୍ଚି ତଦନ୍ତ କରୁଛି ।