କାରରେ ଲାଗିଲା ନିଆଁ, ୫ ଜୀବନ୍ତ ଦଗ୍ଧ

Apr 22, 2022 - 05:37
 61
କାରରେ ଲାଗିଲା ନିଆଁ, ୫ ଜୀବନ୍ତ ଦଗ୍ଧ
ରାୟପୁର: ସଡକ ଦୁର୍ଘଟଣା ପରେ କାରରେ ଲାଗିଲା ନିଆଁ । ଜୀବନ୍ତ ଦଗ୍ଧ ହୋଇଗଲା ଗୋଟିଏ ପରିବାରର ୫ ନିରିହ ଜୀବନ । ଏଭଳି ଘଟଣା ଘଟିଛି ଛତିଶଗଡର ରଜନନ୍ଦଗାଓଁ ଜିଲ୍ଲାରେ । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୩ ଜଣ ଶିଶୁ ରହିଥିବା ଜଣାପଡିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।