କଟକରେ ସେପ୍ଟେମ୍ବର ୧ ରୁ ଆନ୍ତର୍ଜାତିକ ନାଟକ ଉସôବ

Aug 25, 2018 - 19:19
 193
କଟକ,୨୫/୮ (ସକାଳଖବର): ଆଗାମୀ ସେପ୍ଟେମ୍ବର ୧ ରୁ ୧୦ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଶାରଳା ଭବନଠାରେ “ଆନ୍ତର୍ଜାତିକ ନାଟକ ଉସôବ” ଉକôଳ ଯୁବ ସାଂସ୍କୃତିକ ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଓଡିଆ ଭାଷା ଓ ସଂସ୍କୃତି ବିଭାଗର ମିଳିତ ସହାୟତାରେ ଅନୁଷ୍ଠିତ ହେବ । ଏହି ଉସôବକୁ ସୁନ୍ଦର ଭାବେ ଆୟୋଜନ କରିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ହରିଶ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈ÷ଠକ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉସôବରେ ଦେଶ ବିଦେଶରୁ ବହୁ କଳାକାର ଯୋଗ ଦେବେ । ସେମାନଙ୍କର ରହଣି, ଅଭ୍ୟର୍ଥନା ଆଦିରେ ଯେପରି କୋ÷÷ଣସି ତ୍ରୁଟି ନହୁଏ ,ସେଥିପ୍ରତି ଯନôବାନ ହେବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଆୟୋଜକ ମାନଙ୍କୁ ପରମର୍ଶ ଦେବା ସହ ଉସôବ ସମୟରେ ନିରବଛିନ୍ନ ବିଦ୍ୟୁତ ଯୋଗାଣ,ପାନୀୟ ଜଳର ସୁବ୍ୟବସ୍ଥା ଓ ପରିସ୍କାର ପରିଛନ୍ନତା ଆଦି ବ୍ୟବସ୍ଥା କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିଦେ୍ର୍ଧଶ ଦେଇଥିଲେ । କଟକ ସହର ବହୁ ପୁରାତନ ସହର ଏବଂ ଏହି ସହର ନାଟକ ଆୟୋଜନର ଏନ୍ତୁଡିଶାଳ ବୋଲି ଉକôଳ ଯୁବ ସାଂସ୍କୃତିକ ସଂଘର ସାଧାରଣ ସମ୍ପାଦକ ଡ.କାର୍ତିକ ଚନ୍ଦ୍ର ରଥ ପ୍ରକାଶ କରିବା ସହ ଏହି ନାଟକ ଉସôବରେ ଦେଶ ବିଦେଶର ବହୁ ପ୍ରତିଷ୍ଠିତ କଳାକାର ଭାଗ ନେବେବୋଲି କହିଛନ୍ତି । ଏହା ବ୍ୟତୀତ ସର୍ବଭାରତୀୟ ବହୁଭାଷୀ ନାଟକ, ଶାସ୍ତ୍ରୀୟ ଓ ଲୋକନୃତ୍ୟ ଏବଂ ଯନ୍ତ୍ର ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ କରିବା ପାଇଁ ସ୍ଥିର ହୋଇଛିବୋଲି ଶ୍ରୀ ରଥ ବୈ÷ଠକରେ ସୂଚନା ଦେଇଥିଲେ ।