କଂଗ୍ରେସ ଦଳ ହାତୀ , ଅନ୍ୟସବୁ ଘୋଡା ଓ ଗଧ : ସୁର

Sep 2, 2019 - 07:14
 98
ଭୁବନେଶ୍ୱର, ୨୯/୮(ସକାଳଖବର): ପିସିସି ସଭାପତି ନିରଂଜନ ପଟ୍ଟନାୟକ ଲଣ୍ଡନ ଗସ୍ତରୁ ଫେରିବା ପରେ ନୂଆ ଟିମ୍ ଗଠନ କରାଯିବ । ଏଥିରେ ଯୁବକ ମାନଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ ପ୍ରକାଶ କରିଛନ୍ତି । ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତର ଦେଇ ଶ୍ରୀ ରାଉତରାୟ କହିଥିଲେ ଯେ କଂଗ୍ରେସ ଦଳ ହେଉଛି ହାତୀ । ଅନ୍ୟ ଦଳମାନେ ଘୋଡା ଓ ଗଧ । ଅନ୍ୟ ଦଳ ମାନେ ଦୌଡି ଦୌଡି ଯେଉଁଠି ପହଂଚିବେ ଆମେ ଚାଲି ଚାଲି ସେଠାରେ ପହଂଚିଯିବୁ । କେନ୍ଦ୍ର ସରକାର ଗତକାଲି ଦେଶରେ ୭୫ ମେଡିକାଲ କଲେଜ କରିବା ପାଇଁ ନେଇଥିବା ନିଷ୍ପତି ସ୍ୱାଗତଯୋଗ୍ୟ । ଓଡିଶାର ପଶ୍ଚିମାଂଚଳ ପାଇଁ ଗୋଟିଏ ଭୁବନେଶ୍ୱରରେ ଗୋଟିଏ ମେଡିକାଲ କଲେଜ କରିବାପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦିଅନ୍ତିୁ ବୋଲି ସେ କହିଛନ୍ତି ।