କଂଗ୍ରେସ ଛାଡିବାର ପ୍ରଶ୍ନ ଉଠୁନି : ନବ ଦାସ

Dec 16, 2018 - 17:43
 160
କଂଗ୍ରେସ ଛାଡିବାର ପ୍ରଶ୍ନ ଉଠୁନି : ନବ ଦାସ
ଭୁବନେଶ୍ୱର,୧୬/୧୨(ସକାଳଖବର): କଂଗ୍ରେସ ଦଳ ଛାଡିବାର ପ୍ରଶ୍ନ ଉଠୁନାହିଁ । ବିଜେଡିରେ ଯୋଗ ଦେବା ନେଇ ଚାଲିଥିବା ଚର୍ଚ୍ଚାରେ ସତ୍ୟତା ନାହିଁ ବୋଲି କଂଗ୍ରେସ କାର୍ଯ୍ୟକାରୀ ସଭାପତି ତଥା ବିଧାୟକ ନବ କିଶୋର ଦାସ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଛାତ୍ରଅବସ୍ଥାରୁ ସେ କଂଗ୍ରେସରେ ରହିଛନ୍ତି । ଦଳ ତାଙ୍କୁ ବିଧାୟକ କରିଛି ଏବଂ ସେ କାର୍ଯ୍ୟକାରୀ ସଭାପତି ଦାୟିତ୍ୱରେ ମଧ୍ୟ ଅଛନ୍ତି । ଦଳ ପ୍ରତି ତାଙ୍କର ଆନୁଗତ୍ୟ ରହିଛି । ଦଳ ପାଇଁ ନିଷ୍ଠାର ସହିତ କାର୍ଯ୍ୟ କରିବାପାଇଁ ସେ ସଂକଳ୍ପ ନେଇଛନ୍ତି ।