କଂଗ୍ରେସ କାର୍ଯ୍ୟକାରୀ କମିଟିରେ ରାମଚନ୍ଦ୍ର ଖୁଂଟିଆ

Jul 17, 2018 - 18:24
 159
କଂଗ୍ରେସ କାର୍ଯ୍ୟକାରୀ କମିଟିରେ  ରାମଚନ୍ଦ୍ର ଖୁଂଟିଆ
ଭୁବନେଶ୍ୱର,୧୭/୭(ସକାଳଖବର): ନବଗଠିତ କଂଗ୍ରେସ ୱାର୍କିଂ କମିଟିର ସ୍ଥାୟୀ ସଭ୍ୟ ଭାବେ ଓଡିଶାର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଂଟିଆ ମନୋନୀତ ହୋଇଛନ୍ତି । ଅନ୍ୟପକ୍ଷରେ ଓଡିଶାର ସୁଶୀଳା ତିରିଆ ଏଥିରୁ ବାଦ୍ ପଡିଛନ୍ତି । ନବଗଠିତ କଂଗ୍ରେସ କାର୍ଯ୍ୟକାରୀ କମିଟିରେ ୫୧ ଜଣ ସଦସ୍ୟ ରହିଛନ୍ତି ।