ଏହି ଦିନଠୁ ବଢିବ ଶୀତ, ପହିଲା ପର୍ଯ୍ୟନ୍ତ ବର୍ଷା

Oct 29, 2021 - 09:08
 90
ଏହି ଦିନଠୁ ବଢିବ ଶୀତ, ପହିଲା ପର୍ଯ୍ୟନ୍ତ ବର୍ଷା
ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସକି୍ରୟ ଅଛି। ଏହାର ପ୍ରଭାବରେ ତାମିଲନାଡୁ ଓ କେରଳରେ ବର୍ଷା ହୋଇଛି। ଲଘୁଚାପର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବନି। କିନ୍ତୁ ଲଘୁଚାପ ସହ ଜଡ଼ିତ ଏକ ନିମ୍ନଚାପ ରେଖା ସମୁଦ୍ର ପତନରୁ ୧.୫ କିମି ଉଚ୍ଚତାରେ ବାୟୁମଣ୍ଡଳ ପର୍ଯ୍ୟନ୍ତ ବ୍ୟାପିଛି। ଫଳରେ ନଭେମ୍ବର ପହିଲା ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଲଘୁଚାପ ସୃଷ୍ଟି ହେବା ଦ୍ୱାରା ପାଗ ମେଘୁଆ ରହୁଛି। ଅନେକ ସ୍ଥାନରେ ରାତି୍ରରେ ତାପମାତ୍ରା ୨ ଡିଗ୍ରୀ ସେଲସିୟମ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ଶୀତ ଅନୁଭୂତ ହୋଇନାହିଁ। ଆସନ୍ତା ୩ ରୁ ୪ ଦିନ ପର୍ଯ୍ୟନ୍ତ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ନଭେମ୍ବର ୩ ପରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ଥିବାରୁ ଶୀତ ଅନୁଭୂତ ହୋଇପାରେ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ମଧ୍ୟରୁ କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ ମାଲକାନଗିିର, କୋରାପୁଟ ଓ ରାୟଗଡ଼ା ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ହୋଇପାରେ।