ଏସିଆ ରୋଡ଼ ରେସିଂ ଚମ୍ପିୟାନସିପ୍ ୨୦୧୮ର ୩ୟ ରାଉଣ୍ଡରେ ଭାରତୀୟ ଦଳର ଅଂଶଗ୍ରହଣ

Jun 1, 2018 - 11:08
 194
ସୁଜୁକା(ଜାପାନ),୩୦ ।୫: ଆନ୍ତର୍ଜାତିକ ରେସିଂ ପ୍ଲାଟଫର୍ମ ମଞ୍ଚ ଏସିଆ ରୋଡ଼ ରେସିଂ ଚମ୍ପିୟାନସିପ୍ ୨୦୧୮ର ୩ୟ ରାଉଣ୍ଡରେ ଅଂଶଗ୍ରହଣ ପାଇଁ ପ୍ରଥମ ଥର ପାଇଁ ଭାରତୀୟ ଦଳ ଓ ଭାରତୀୟ ଚାଳକ ଜାପାନ ଅଭିମୁଖେ ଯାତ୍ରା କରିଛନ୍ତି । ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟରେ ଭାରତୀୟ ରେସର ଅନୀଲ ସେଟ୍ଟୀଙ୍କ ସଫଳତାରେ ଉତ୍ସାହିତ ହୋଇ ଚଳିତ ସପ୍ତାହ ଶେଷରେ ସୁଜୁକି ସର୍କିଟରେ ସର୍ବୋତ୍ତମ ରେସରଙ୍କ ସହ ଭାରତୀୟ ଦଳ ମୁକାବିଲା କରିବା ପ୍ରସ୍ତୁତ ରହିଛନ୍ତି । ଅଷ୍ଟ୍ରେଲିଆରେ ଅଭ୍ୟାସ ସମୟରେ ମଣିବନ୍ଧ ଆଘାତ ଯୋଗୁଁ ଆହତ ହୋଇଥିବା ରାଜୀବ ସେଥୁ ୩ୟ ପର୍ଯ୍ୟାୟ ରେସିଂକୁ ଫେରିବେ । ସୁଜୁକି ସର୍କିଟ ହେଉଛି ସୁପରସ୍ପୋର୍ଟ ୬୦୦ ଚାଳକ ତାଇଗା ହଡ଼ାଙ୍କ ଘରୋଇ ସର୍କିଟ । ଏହି ଅବସରରେ ହୋଣ୍ଡା ମୋଟରସାଇକେଲ ଏଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ର ଯୋଗଯୋଗ ଉପସଭାପତି ପ୍ରଭୂ ନାଗରାଜ କହିଛନ୍ତି ଯେ, ରେସିଂ ସର୍ବଦା ହୋଣ୍ଡା ହୃଦୟରେ ରହିଛି । ଭାରତୀୟ ଚାଳକଙ୍କୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ହୋଣ୍ଡା ୨ଚିକଆ ସର୍ବଦା ଉଦ୍ୟମ ଜାରି ରଖିଛି । ଦ୍ୱିତୀୟ ପର୍ଯ୍ୟାୟର ଉଭୟ ରେସିଂରେ ସଫଳତା ଲାଭ ପରେ ଭାରତୀୟ ଦଳ ସୁଜୁକି ସର୍କିଟ ପାଇଁ ବେଶ ଉତ୍ସାହିତ ଅଛନ୍ତି । ଏଥିରେ ଅନୀଶ ସେଟ୍ଟୀ ଜାପାନର ତାଇଗା ହଡ଼ାଙ୍କ ସହ ମୁକାବିଲା କରିବେ ବୋଲି ସେ କହିଛନ୍ତି । ଏହି ଅବସରରେ ଅନୀଲ ସେଟ୍ଟୀ କହିଛନ୍ତି ଯେ ଅଷ୍ଟ୍ରେଲିଆରେ ଦ୍ୱିତୀୟ ପର୍ଯ୍ୟାୟର ଉଭୟ ରେସିଂରେ ଆନ୍ତର୍ଜାତିକ ସଫଳତା ହାସଲ କରିବା ପରେ ସେ ସୁଜୁକି ସର୍କିଟ ପାଇଁ ତାଙ୍କ ମନୋବଳ ବୃଦ୍ଧି ପାଇଛି । ରାଜୀବ ସେଥୁ କହିଛନ୍ତି ସୁଜୁକି ସର୍କିଟ ତାଙ୍କର ପ୍ରିୟ ଟ୍ରାକ୍ । ଦ୍ୱିତୀୟ ବର୍ଷ ପାଇଁ ଏଠାରେ ନିଜର ପରାକାଷ୍ଠା ପ୍ରଦର୍ଶନ ପାଇଁ ସେ ଅପେକ୍ଷାରତ । ଏସିଆ ରୋଡ଼ ରେସିଂ ଚମ୍ପିୟାନସିପ୍ ୨୦୧୮ର ପ୍ରଥମ ରାଉଣ୍ଡ ଥାଇଲାଣ୍ଡରେ ଗତ ମାର୍ଚ୍ଚ ମାସରେ ଅନୁଷ୍ଠିତ ହୋଇଥିଲା ।