ଏରିକ ମିଛ କହୁଛନ୍ତି: ରାହୁଲ

Nov 13, 2018 - 18:34
 178
ଏରିକ ମିଛ କହୁଛନ୍ତି: ରାହୁଲ
ନୂଆଦିଲ୍ଲୀ, ୧୩.୧୧ (ସକାଳଖବର) : ରାଫେଲ କାରବାରକୁ ନେଇ ଫ୍ରାନ୍ସର ଡାସଲ୍ଟ ଆଭିଏସନ୍‍ ସିଇଓ ଏରିକ ଟ୍ରାପିଅର ସମ୍ପୂର୍ଣ୍ଣ ମିଛ କହୁଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଯୁକ୍ତି ବାଢିଛନ୍ତି। ଭାରତରେ ସରକାର ଚଳାଉଥିବା ଜଣେ ବ୍ୟକ୍ତିଙ୍କୁ ସୁରକ୍ଷା ଦେବା ଲାଗି ଏରିକ ଏଭଳି ମିଛ କହୁଥିବା ସେ ଦର୍ଶାଇଛନ୍ତି। କ୍ଷତିରେ ଚାଲୁଥିବା ୮.୩ ଲକ୍ଷ ଟଙ୍କା ମୂଲ୍ୟର ଏକ କମ୍ପାନୀକୁ ଅନ୍ୟ କୌଣସି କମ୍ପାନୀ କାହିଁକି ୨୮୪ କୋଟି ଟଙ୍କା ପ୍ରଦାନ କରିବ ବୋଲି ରାହୁଲ ପ୍ରଶ୍ନ ଉଠାଇଛନ୍ତି। ଏହା ଡାସଲ୍ଟ ପକ୍ଷରୁ ଅନୀଲ ଅମ୍ବାନୀଙ୍କୁ ପ୍ରଦାନ କରାଯିବାକୁ ଥିବା ଅର୍ଥର ପ୍ରଥମ କିସ୍ତି ବୋଲି ସେ ଦର୍ଶାଇଛନ୍ତି। ନିକଟରେ ରାହୁଲ ‘ଦି ୱେର’ ନାମକ ଏକ ନ୍ୟୁଜ ପୋର୍ଟାଲରେ ଏହି କାରବାରକୁ ନେଇ ଏକ ଅଭିଯୋଗ ଦର୍ଶାଇଥିଲେ। ସେ କହିଥିଲେ କ୍ଷତିରେ ଚାଲିଥିବା ଅନୀଲ ଅମ୍ବାନୀଙ୍କ କମ୍ପାନୀକୁ ଡାସଲ୍ଟ ୨୮୪ କୋଟି ଟଙ୍କା ପ୍ରଦାନ କରିଛି। ଏହି ଅର୍ଥକୁ ନାଗପୁରରେ ଜମି କ୍ରୟ କରିବା ଲାଗି ବିନିଯୋଗ କରାଯାଇଛି। ରାହୁଲଙ୍କ ଏହି ଅଭିଯୋଗ ପରିପ୍ରେକ୍ଷୀରେ ଏରିକ ଉପରୋକ୍ତ ସ୍ପଷ୍ଟୀକରଣ ପ୍ରଦାନ କରିଛନ୍ତି। ଅନ୍ୟପଟେ ଏରିକଙ୍କ ସାକ୍ଷାତକାର ସମ୍ପୂର୍ଣ୍ଣ ପରିକଳ୍ପିତ ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ୟ୍ୟେୱାଲେ ପ୍ରକାଶ କରିଛନ୍ତି। ଏଭଳି ସାକ୍ଷାତକାର ରାଫେଲ ଦୁର୍ନୀତିକୁ ଚପାଇଦେଇ ପାରିବ ନାହିଁ। ଏହି ରାଜିନାମା ଦ୍ୱାରା ଲାଭାବାନ ହୋଇଥିବା ପକ୍ଷ ତଥା ମାମଲାର ସହ ଅଭିଯୁକ୍ତଙ୍କ ବୟାନର କୌଣସି ଗୁରୁତ୍ୱ ନାହିଁ ବୋଲି ସେ କହିଛନ୍ତି।