ଏଜାଜ ପଟେଲଙ୍କ ରେକର୍ଡ, ଭାରତର ସମସ୍ତ ୧୦ ୱିକେଟ ନେଲେ

Dec 4, 2021 - 08:07
 54
ଏଜାଜ ପଟେଲଙ୍କ ରେକର୍ଡ, ଭାରତର ସମସ୍ତ ୧୦ ୱିକେଟ ନେଲେ
ମୁମ୍ବାଇ: ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ତର ବାମହାତୀ ସ୍ପିନ ବୋଲର ଏଜାଜ ପଟେଲ ରେକର୍ଡ କରିଛନ୍ତି। ସେ ବିଶ୍ୱର ତୃତୀୟ ବୋଲର ଭାବେ ଟେଷ୍ଟ କ୍ରିକେଟରେ ପରଫେକ୍ଟ ଟେନ୍‌ ଅର୍ଥାତ ଗୋଟିଏ ଇନିଂସ୍‌ରେ ସମସ୍ତ ୧୦ ଜଣ ବ୍ୟାଟସମ୍ୟାନଙ୍କୁ ଆଉଟ କରିଛନ୍ତି। ଏଜାଜ ପଟେଲଙ୍କ ଘାତକ ବୋଲିଂର ସାମ୍ନା କରି ନ ପାରି ଭାରତ ତା’ର ପ୍ରଥମ ଇନିଂସ୍‌ରେ ୩୨୫ ରନ୍‌ର ଅଲଆଉଟ ହୋଇଯାଇଛି। ଭାରତ ପକ୍ଷରୁ ମୟଙ୍କ ଅଗ୍ରୱାଲ ସର୍ବାଧିକ ୧୫୦ ରନ୍‌ କରିଥିବା ବେଳେ ଅକ୍ଷର ପଟେଲ ୫୨ ରନ୍‌ ଇନିଂସ୍‌ ଖେଳିଛନ୍ତି। ଭାରତର ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ଏଜାଜ ପଟେଲ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଖେଳୁଛନ୍ତି। ୧୯୯୬ରୁ ତାଙ୍କ ବାପା ମା’ ଭାରତ ଛାଡ଼ି ନ୍ୟୁଜିଲ୍ୟାଣ୍ଡ ଚାଲି ଯାଇଥିଲେ। ସେବେଠାରୁ ଏଜାଜ ସେହିଠାରେ ହିଁ କ୍ରିକେଟ ଖେଳୁଛନ୍ତି। ଏବେ ସେ ପ୍ରଥମଥର ପାଇଁ ଟେଷ୍ଟ କ୍ରିକେଟର ଗୋଟିଏ ଇନିଂସ୍‌ରେ ସମସ୍ତ ୧୦ ୱିକେଟ ଦଖଲ କରିଛନ୍ତି।