ଇତିହାସ ରଚିଲା ଭାରତୀୟ ବ୍ୟାଡମିଣ୍ଟନ ଟିମ, ପ୍ରଥମ ଥର ପାଇଁ ଜିତିଲା ଥୋମାସ କପ

May 15, 2022 - 10:16
 56
ଇତିହାସ ରଚିଲା ଭାରତୀୟ ବ୍ୟାଡମିଣ୍ଟନ ଟିମ, ପ୍ରଥମ ଥର ପାଇଁ ଜିତିଲା ଥୋମାସ କପ
ନୂଆଦିଲ୍ଲୀ: ରବିବାର ଭାରତୀୟ ବ୍ୟାଡମିଣ୍ଟନ ପାଇଁ ଐତିହାସକ ଦିନ। ପ୍ରଥମ ଥର ଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ଟିମ ଥୋମାସ କପ ଚାମ୍ପିୟନ ହୋଇଛି । ୧୪ ଥରର ଚାମ୍ପିୟନ ଇଣ୍ଡୋନେସିଆକୁ ହରାଇ ଟାଇଟଲ ଜିତିବା ସହ ଇତିହାସ ରଚିଛି ଭାରତୀୟ ବ୍ୟାଡମିଣ୍ଟନ ଟିମ। ଟାଇଟଲ ମୁକାବିଲାରେ ଭାରତ ଶକ୍ତିଶାଳୀ ଇଣ୍ଡୋନେସିଆ ଟିମକୁ ୩-୦ରେ ପରାଜିତ କରି ବିଜୟ ମୁକୁଟ ପିନ୍ଧିଛି । ସେମିଫାଇନାଲରେ ଡେନମାର୍କକୁ ୩-୨ ହରାଇ ପ୍ରଥମ ଥର ପାଇଁ ଥୋମାସ କପର ଫାଇନାଲରେ ପ୍ରବେଶ କରିଥିଲା ଟିମ ଇଣ୍ଡିଆ। ଥୋମାସ କପର ୭୩ ବର୍ଷର ଇତିହାସରେ ଭାରତ କେବେ ବି ଫାଇନାଲରେ ପହଞ୍ଚି ପାରି ନଥିଲା। ଶେଷ ଥର ପାଇଁ ୧୯୭୯ ମସିହାରେ ପ୍ରକାଶ ପାଦୁକୋନ ଏବଂ ସୟଦ ମୋଦୀ ଟୁର୍ଣ୍ଣାମେଣ୍ଟରେ ପଦକ ଜିତିଥିଲେ। ସେମିଫାଇନାଲରେ ଡେନମାର୍କଠାରୁ ଦୁହେଁ ପରାଜିତ ହୋଇଥିଲେ।