ଆଦିବାସୀ ଅଂଚଳରେ ରାସ୍ତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି

Jan 17, 2019 - 09:06
 161
ଆଦିବାସୀ ଅଂଚଳରେ ରାସ୍ତା  ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି
ଭୁବନେଶ୍ୱର,୧୬/୧(ସକାଳଖବର): ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଏବଂ ପଛୁଆ ଅଂଚଳରେ ଗମନା ଗମନର ସୁବିଧା ପାଇଁ ରାସ୍ତାଘାଟ, ପୋଲ ନିର୍ମାଣ ଲାଗି ଆବଶ୍ୟକ ହେଉଥିବା ୧୨୬୧.୯୮ କୋଟି ଟଙ୍କା ସି.ଆର.ଏଫ ସ୍କିମ୍ (କେନ୍ଦ୍ର ସଡ଼କ ପାଣ୍ଠି)ରୁ ମଂଜୁର କରିବା ପାଇଁ ଗତ ୨୦୦୦ ଡିସେମ୍ବର ୨୦ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟକୁ ଚିଠି ଲେଖାଯାଇ ଅନୁରୋଧ କରାଯାଇଥିଲା । ଏଥିରେ ୩୦ଟି ପ୍ରକଳ୍ପ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଏଥିମଧ୍ୟରୁ ୨୯ଟି ରାସ୍ତାର ଓସାର ସହ ଲମ୍ବ ବଢ଼ାଇବା, ସୁବର୍ଣ୍ଣରେଖା ନଦୀ ଉପରେ ହଳଦୀପଡ଼ା (ଏନ.ଏଚ.୧୬) ଠାରୁ ପଶ୍ଚିମବଙ୍ଗ ସୀମା ପର୍ଯ୍ୟନ୍ତ ହାଇ ଲେବଲ ପୋଲ ଅନ୍ତର୍ଭୁକ୍ତ ରହିଛି । ବର୍ତମାନ ସୁଦ୍ଧା ଏହି ପ୍ରକଳ୍ପ ଗୁଡ଼ିକୁ ଦୁଇ ବର୍ଷ ଧରି ମଂଜୁରୀ କରା ନ ଯାଇ ପକାଇ ରଖାଯାଇଛି । ପଛୁଆ ଅଂଚଳର ବୃହତର ସ୍ୱାର୍ଥ ଦୃଷ୍ଟିରୁ ପ୍ରସ୍ତାବିତ ପ୍ରକଳ୍ପ ଗୁଡ଼ିକୁ ଅର୍ଥମଂଜୁର କରି ସେଗୁଡ଼ିକ ନିର୍ମାଣକାର୍ଯ୍ୟ ଅବିଳମ୍ବେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟର ମନ୍ତ୍ରୀ ନୀତିନ ଗଡ଼କରିଙ୍କୁ ଚିଠି ଲେଖି ପୁନର୍ବାର ଅନୁରୋଧ କରିଛନ୍ତି ।