ଆଦିତ୍ୟ- ଏଲ୍‌୧ ମିଶନ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ

Sep 1, 2023 - 05:55
 12
ଆଦିତ୍ୟ- ଏଲ୍‌୧ ମିଶନ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ
ନୂଆଦିଲ୍ଲୀ,୧।୯: ଚନ୍ଦ୍ରୟାନ-୩ ସଫଳ ଅବତରଣ ପରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ବର୍ତ୍ତମାନ ମହାକାଶର ଆହୁରି ଭିତରକୁ ଯିବାକୁ ପ୍ରସ୍ତୁତ। ଏଥର ଆଖି ସୂର୍ଯ୍ୟଙ୍କ ଉପରେ ଅଛି, ଯେଉଁଥି ପାଇଁ ଇସ୍ରୋ ସେପ୍ଟେମ୍ବର ୨ରେ ଆଦିତ୍ୟ- ଏଲ୍‌୧ ମିଶନର ଲଞ୍ଚ୍‌ କରିବାକୁ ଯାଉଛି। ସୂର୍ଯ୍ୟର ଅଧ୍ୟୟନ ପାଇଁ ଭାରତର ପ୍ରଥମ ମହାକାଶ ମିଶନର କାଉଣ୍ଟଡାଉନ୍‌ ଗଣନା ଶୁକ୍ରବାରଠୁ ଆରମ୍ଭ ହେବ। ଇସ୍ରୋ ଚେୟାରମ୍ୟାନ ଏସ ସୋମନାଥ ଏହି ସୂଚନା ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, ଇସ୍ରୋ ମୁଖ୍ୟ ଏସ ସୋମନାଥ କହିଛନ୍ତି, ସେପ୍ଟେମ୍ବର ୨ରେ ଦେଶର ଉଚ୍ଚାଭିଳାଷୀ ସୂର୍ଯ୍ୟ ମିଶନ ଆଦିତ୍ୟ- ଏଲ୍‌୧ର ଲଞ୍ଚ୍‌ ପାଇଁ ସ୍ପେସ ଏଜେନ୍ସି ପ୍ରସ୍ତୁତ ହେଉଛି ଏବଂ ଏହାର ଉତ୍‌କ୍ଷେପଣ ପାଇଁ କାଉଣ୍ଟଡାଉନ୍‌ ଶୁକ୍ରବାରଠୁ ଆରମ୍ଭ ହେବ।