ଆଜିଠାରୁ ଆରମ୍ଭ କିଆରା ଓ ସିଦ୍ଧାର୍ଥଙ୍କ ବିବାହ ଉତ୍ସବ

Feb 5, 2023 - 09:36
 52
ଆଜିଠାରୁ ଆରମ୍ଭ କିଆରା ଓ ସିଦ୍ଧାର୍ଥଙ୍କ ବିବାହ ଉତ୍ସବ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୁହିଁଙ୍କ ବିବାହ ଫେବ୍ରୁଆରି ୬ ତାରିଖରେ ହେବ। କିଆରା ଓ ସିଦ୍ଧାର୍ଥଙ୍କ ରାଜକୀୟ ‌ଶୈଳୀରେ ବିବାହ ହେବ। ସେଥିପାଇଁ ଦୁହେଁ ଜୋରଦାର ପ୍ରସ୍ତୁତି କରୁଛନ୍ତି। ଜୈସଲମରର ପଞ୍ଚତାରକା ହୋଟେଲ ସୂର୍ଯ୍ୟଗଡ଼ ଦୁର୍ଗରେ କିଆରା ଓ ସିଦ୍ଧାର୍ଥଙ୍କ ବିବାହ ହେବ ବୋଲି କୁହାଯାଉଛି। ତେବେ ଆପଣ ‌ଜାଣନ୍ତି କି ଏହି ସେଲିବ୍ରେଟି ଦମ୍ପତିଙ୍କ ବିବାହ ପୂର୍ବର ରୀତି ସବୁ କେଉଁ ଦିନ ରହିଛି। କିଆରା ଆଡଭାନୀ ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିବାହର ରୀତି ସବୁ ଆଜିଠାରୁ ଆରମ୍ଭ ହେଉଛି। ଜାଣିବାକୁ ମିଳିଛି ଯେ ଆଜି ଦିନରେ ପ୍ରଥମେ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରାଯିବ। ଏହାପରେ ମେହେନ୍ଦୀ ଏବଂ ହଳଦୀ ରୀତି ସଂପନ୍ନ ହେବ।