ଆଜି ୧୨ଘଣ୍ଟିଆ କଳାହାଣ୍ଡି ବନ୍ଦ

Jan 5, 2022 - 05:35
 67
ଆଜି ୧୨ଘଣ୍ଟିଆ କଳାହାଣ୍ଡି ବନ୍ଦ
କଳାହାଣ୍ଡି: ଆଗକୁ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ସେପରି ସଂରକ୍ଷଣ ଦିଆଯାଇନି । ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରାଯାଇଛି । ଏହାକୁ ତୀବ୍ର ବିରୋଧ କରିଛି ଆଦିବାସୀ ସଂଘ । ନିଜ ହକ୍ ଦାବିରେ ଆଜି ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଛି । ଏନେଇ ସଂଘର ଉପସଭାପତି କହିଛନ୍ତି, କଳାହାଣ୍ଡି ଜିଲ୍ଲା ଏକ ଆଦିବାସୀ ସଂସ୍କୃତି ପରମ୍ପରାର ଜିଲ୍ଲା । ସରକାରଙ୍କ ଏହି ନିଷ୍ପତ୍ତିରେ ଆଦିବାସୀ ଉପେକ୍ଷିତ ହେବା ପରି ମନେ କରିଛନ୍ତି । ଏହା ପ୍ରତିବାଦରେ ଆଜି ବନ୍ଦ ଡାକରା କରାଯାଇଛି । ଆଗାମୀ ଦିନରେ ସଂରକ୍ଷଣ ବ୍ୟବସ୍ଥା କରା ନ ଗଲେ ଆଦିବାସୀ ସଂଘ ନିର୍ବାଚନ କରାଇ ଦେବ ନାହିଁ । ସକାଳ ୭ ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଦୋକାନ ବଜାର, ଗାଡି ଚଳାଚଳ ବନ୍ଦ ରହିବାକୁ ଡାକରା ଦେଇଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ । ଭବାନୀ ପାଟଣା ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆଦିବାସୀ ସଂଘ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ସ୍ଥାନ ସଂରକ୍ଷଣ ସମ୍ବିଧାନ ଅନୁଯାୟୀ ଥିବା ବେଳେ ସରକାର ଏହାକୁ ଉଚ୍ଛେଦ କରିଛନ୍ତି । ସରକାର ନିଜ ଟାଳଟୁଳ ନୀତି ପ୍ରତ୍ୟାହାର ନ କଲେ ଆନ୍ଦୋଳନା ଆହୁରି ତୀବ୍ରତର ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ସରକାର ନିଜ ନିଷ୍ପତ୍ତିରୁ ନ ଓହରିଲେ ଆମେ ଭୋଟ ବର୍ଜନ କରିବା ସହ ନିର୍ବାଚନରେ ଅଂଶଗ୍ରଂହଣ କରିବୁ ନାହିଁ ବୋଲି ଆଦିବାସୀ ସଙ୍ଘ ଚେତାବନୀ ଦେଇଛି ।