ଅବଦୁର୍‌ ରହେମାନକୁ ୭ ବର୍ଷ ୫ ମାସ ଜେଲ୍ ଦଣ୍ଡାଦେଶ

Feb 14, 2023 - 07:55
 49
ଅବଦୁର୍‌ ରହେମାନକୁ ୭ ବର୍ଷ ୫ ମାସ ଜେଲ୍ ଦଣ୍ଡାଦେଶ
କଟକ : ଭାରତରେ ଉଗ୍ରବାଦୀ ସ˚ଗଠନ ଅଲ୍‌ କଏଦାର ନେଟୱର୍କ ପ୍ରସାର ଉଦ୍ୟମ ଅଭିଯୋଗରେ ଦିଲ୍ଲୀ ପୁଲିସ ଦ୍ବାରା ଗିରଫ ହୋଇଥିବା କଟକର ଅବଦୁର‌ ରହେମାନକୁ ଆଜି ଦଣ୍ଡବିଧାନ ହୋଇଛି। ତାକୁ ୭ ବର୍ଷ ୫ ମାସ ଜେଲ୍ ଦଣ୍ଡାଦେଶ ସହ ୨୫ ହଜାର ଟଙ୍କାର ଜରିମାନା ଆଦାୟ ଲାଗି ପଟିଆଲା ହାଉସ କୋର୍ଟ ନିର୍ଦେଶ ଦେଇଛନ୍ତି। ରହେମାନ ସହିତ ମହମ୍ମଦ ଆସିଫ, ଜାଫର ମାସୁଦ ଓ ଅବଦୁଲ ସାମିଙ୍କୁ ମଧ୍ୟ ଅନୁରୂପ ଦଣ୍ଡବିଧାନ ହୋଇଛି।