ଅନୁଗୋଳରେ ପବ୍ଲିକ ଆକାଉଣ୍ଟସ୍ କମିଟି

Aug 5, 2018 - 08:40
 210
ଅନୁଗୋଳରେ ପବ୍ଲିକ ଆକାଉଣ୍ଟସ୍ କମିଟି
ଅନୁଗୋଳ, ୫/୮ (ସକାଳଖବର):ଢେ଼ଙ୍କାନାଳ ବିଧାୟକ ସରୋଜ ସାମଲଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ବିଧାନସଭା ପବ୍ଲିକ ଆକାଉଣ୍ଟସ କମିଟି ଅଧୀନସ୍ଥ ଉପକମିଟି ୫ର ୨ଜଣିଆ ପ୍ରତିନିଧି ଅନୁଗୋଳ ଜିଲ୍ଲା ଗସ୍ତ କରି ଗ୍ରାମ୍ୟ ଉନ୍ନୟନ. ବିଦ୍ୟାଳୟ ଓ ଗଣଶିକ୍ଷା, ପ୍ରଯୁକ୍ତି ବିଦ୍ୟା ଓ ବାଣିଜ୍ୟ କର ପ୍ରମୁଖ ୪ଟି ବିଭାଗ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଡ଼ିଆରଡ଼ିଏ ସମ୍ମୀଳନୀକକ୍ଷରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । କମିଟିରେ ପାଲଲହଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋଡ଼ ଅଧ୍ୟକ୍ଷମହେଶ ସାହୁ ଯୋଗ ଦେଇ ପାଲଲହଡ଼ାର ୫୭୬ଜଣ ପାୁଁଡ଼ି ଭୂୟାଁ ଛାତ୍ରଛାତ୍ରୀଙ୍କ ପାଇଁ ବହୁ ଭାଷାଭାଷୀ ଶିକ୍ଷକ ନିଯୁକ୍ତି କରାଯିବା ସହ ସ୍କୁଲ ପାଇଁ ସ୍ୱତନ୍ତ୍ର ଅନୁଦାନ ଯୋଗାଇ ଦିଆଯିବ ବୋଲି କହିଥିଲେ । ଜିଲ୍ଲାର ଇ-ଗଭର୍ଣ୍ଣାସ ସୋସାିଟିର ଉଦେ୍ଧଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋଚନା କରାଯିବା ସହ ଅନୁଗୋଳ ସହର ଉପକଣ୍ଠ ରନ୍ତଲେଇଠାରେ ୩ଏକର ପରିମିତ ଜାଗାରେ ପ୍ରସ୍ତାବିତ ଏସଟିପିଆଇ କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ଅଧ୍ୟକ୍ଷ ଶ୍ରୀ ସାମଲ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଜିଲ୍ଲା ୱେବସାଇଟର ନବୀକରଣ ଓ ୧୯୯ଟି କମନ ସର୍ଭିସ ସେଣ୍ଟରର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରାଯାଇଛି । ସେହିଭଳି ଲୋକାଲ ଫଣ୍ଡ ଅଡ଼ିଟ କାର୍ଯ୍ୟକ୍ରମ ସମୀକ୍ଷା ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୨୨୫ଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ୧୦୪ଟି ଅଡ଼ିଟ କରାଯାଇ ୧କୋଟି ୯୯ ହଜାର ଟଙ୍କା ଅସୁଲ କରାଯାଇଥିବା ଜଣାପଡ଼ିଛି । ଜିଲ୍ଲା କୋଷାଗାରର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି । ଇତିମଧ୍ୟରେ ୪୦୮୮ଟି ବିଲ ପାସ ହୋଇଥିବା କୁହାଯାଇଛି । ଜିଲ୍ଲା ଦେବୋତ୍ତର ବିଭାଗର ନିୟମିତ ଅଡ଼ିଟ ଉପରେ ଗୁରୁତ୍ୱ ଦିଆଯାଇଛି । ବାଣିଜ୍ୟ କର ବିଭାଗର ସିଟି ଓ ଜିଏସଟିର ବିସ୍ତୁତ ସମୀକ୍ଷା କରାଯାଇଥିଲା । ଏସଜିଏସଟିରୁ ଗତବର୍ଷ ୧୨୪କୋଟି ଆଦାୟ ହୋଇଥିବା ଅଧିକାରୀ ସୂଚନା ଦେଇଥିଲେ । ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତପନ ଶତପଥି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ଅତୁଲ୍ୟ ଚମ୍ପତ୍ତିରାୟ, ଇ-ଗଭର୍ଣ୍ଣାନସ ନୋଡ଼ାଲ ଅଧିକାରୀ ବଇତୁରା ଦୀପ, ଆସିଷ୍ଟାଣ୍ଟ କଲେକ୍ଟର ସୋଫି ସାଇନିକା, ଏନଆଇସିର ସୁବ୍ରତ ଚାଟାର୍ଜି, ପିଏସିର ଅଶୋକ ବିଶ୍ୱାଳ, ପ୍ରଫୁଲ ପରିଡ଼ାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।