ଅନୁଗୁଳରେ ଯୌତୁକ ଆତ୍ମହତ୍ୟା ସର୍ବାଧିକ
ଅନୁଗୋଳ,୬/୮ (ସକାଳଖବର): ମହିଳାଙ୍କ ଉପରେ ଘରୋଇ ହିଂସା ବଢ଼ିବାରେ ଲାଗିଛି । ଅନୁଗୋଳ ଭଳି ଏକ ଛୋଟ ଜିଲାରେ ମଧ୍ୟ ଏହାର ମାତ୍ର ଅଧିକା ରହିଛି । ଯେଉଁ ମାତ୍ରାରେ ଏହା ବଢ଼ିବାରେ ଲାଗିଛି ତାହା କେବଳ ମହିଳାଙ୍କ ପାଇଁ ନୁହେଁ, ପୁଲିସ୍ ଓ ସାଧାରଣ ଲୋକଙ୍କର ବି ମୁଣ୍ଡବ୍ୟଥା ବଢ଼ାଇଛି । ବିଗତ ୫ ବର୍ଷର ଚିତ୍ରକୁ ଦେଖିଲେ କନ୍ୟା ସନ୍ତାନକୁ ବିବାହ ଦେବାକୁ ପରିଜନ ଚିନ୍ତାରେ ପଡ଼ିବା ନେଇ ଆଶଙ୍କା ଛିଡ଼ା ହୋଇଛି । ଯୌତୁକଜନିତ ହତ୍ୟାକାଣ୍ଡ ସହ ଆତ୍ମହତ୍ୟା ମଧ୍ୟ ଅନୁରୂପ ଢ଼ଙ୍ଗରେ ବଢ଼ୁଛି । ୨୦୧୭ ମସିହାରେ ଯୌତୁକଜନିତ ଆତ୍ମହତ୍ୟା ସର୍ବକାଳୀନ ରେଡ଼ର୍କ କରିଛି । ଯୌତୁକ ଜନିତ ନିର୍ଯାତନା ଓ ମହିଳା ନିର୍ଯ୍ୟାତନା ଘଟଣା ମଧ୍ୟ ସୀମା ଲଂଘିଛି । ଯୌତୁକ ନିରୋଧ ଆଇନର ଅପବ୍ୟବହାର ହେବା ଜଣାପଡ଼ିବା ପରେ ଏହି ଆଇନକୁ କୋହଳ କରାଯାଇଛି । ତଥାପି ଅଭିଯୋଗ କମିବା ନାଁ ଧରୁ ନାହିଁ । ଯୌତୁକଜନିତ ମୃତ୍ୟୁ (ହତ୍ୟା /ଆତ୍ମହତ୍ୟା) ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏହି ୪ ପ୍ରକାରର ଘରୋଇ ହିଂସାକୁ ନେଇ ଅଭିଯୋଗ ୨୦୧୩ ମସିହାରେ ୨୦୯ ଥିବା ବେଳେ ୨୦୧୪ରେ ୧୮୨, ୨୦୧୫ ମସିହାରେ ୧୯୯, ୨୦୧୬ ମସିହାରେ ୧୮୭ ଓ ୨୦୧୭ ମସିହାରେ ୨୪୭ ରେକଡର଼୍ କରାଯାଇଛି । ଚଳିତ ବର୍ଷ ଜୁନ୍ ସୁଦ୍ଧା ଏହି ହିଂସାକୁ ନେଇ ଅଭିଯୋଗ ୧୪୦ରେ ପହଞ୍ଚôଛି । ଯେତିକି ଅଭିଯୋଗ ରହିଛି ତା ଠାରୁ ଅଧିକ ଘଟଣା ଆପୋସ ସମାଧାନ ହୋଇଛି । ତେବେ ଏହି ସବୁ ଅଭିଯୋଗ ମଧ୍ୟରୁ କେତେକ ମିଥ୍ୟା ଅଭିଯୋଗ ମଧ୍ୟ ରହିଛି । ସ୍ୱାମୀ ନାମରେ ଯୌତୁକ ନିର୍ଯାତନା ଅଭିଯୋଗ ସହ ଶଶୁରଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ କରି ବିବାହିତ ମହିଳା ଅନ୍ୟ ଯୁବକଙ୍କ ସହ ଅବୈଧ ସମ୍ପର୍କ ସହ ବିବାହ କରିବା ମଧ୍ୟ ପ୍ରମାଣିତ ହୋଇଛି । ସରକାରୀ ରିପୋର୍ଟ ମୁତାବକ ଅନୁଗୋଳ ଜିଲାର ବିଭିନ୍ନ ଥାନାରେ ୨୦୧୩ ମସିହାରେ ଯୌତୁକ ନିର୍ଯାତନା ୧୨୭ଟି ଅଭିଯୋଗ ହୋଇଥିବା ବେଳେ ୨୦୧୪ରେ ୧୦୮, ୨୦୧୫ରେ ୧୨୦, ୨୦୧୬ରେ ୧୧୬ ଓ ୨୦୧୭ରେ ୧୫୫ ଅଭିଯୋଗ ରହିଛି । ସେହିଭଳି ମହିଳାଙ୍କୁ କେବଳ ନିର୍ଯାତନା ୨୦୧୩ ମସିହାରେ ୬୮ ଥିବାବେଳେ ୨୦୧୪ରେ ୪୭, ୨୦୧୫ ଓ ୨୦୧୬ରେ ୫୬, ୨୦୧୭ରେ ୬୭ରେ ରହିଛି । ୨୦୧୩ରେ ଯୌତୁକଜନିତ ହତ୍ୟା ୧୪ଟି ଅଭିଯୋଗ ହୋଇଥିବାବେଳେ ୨୦୧୪ରେ ୨୫,୨୦୧୫ରେ ୨୨, ୨୦୧୬ରେ୧୫ ଓ ୨୦୧୭ରେ ୧୭ଟି ରେକଡର଼୍ କରାଯାଇଛି । ସେହିଭଳି ଯୌତୁକଜନିତ ଆତ୍ମହତ୍ୟା ୨୦୧ ମସିହାରେ ଶୂନ ଥିବାବେଳେ ୨୦୧୪ରେ ୨, ୨୦୧୫ରେ ୧, ୨୦୧୬ରେ ଶୂନ ଓ ୨୦୧୭ରେ ୮ ରେକଡର଼୍ କରାଯାଇଛି । ୮ ବର୍ଷର ରେକଡର଼୍କୁ ଅନୁଧ୍ୟାନ କଲେ, ଯୌତୁକଜନିତ ହତ୍ୟାକାଣ୍ଡ ୨୦୧୧୧ ମସିହାରେ ସର୍ବାଧିକ ୨୫ଟି ରେକଡର଼୍ କରାଯାଇଥିବାବେଳେ ଯୌତୁକଜନିତ ଆତ୍ମହତ୍ୟା ସଂଖ୍ୟା ୨୦୧୭ରେ ସର୍ବାଧିକ ୮ ରହିଛି । ଘରୋଇ ହିଂସାର ଏହି ବର୍ଦ୍ଧିତ କ୍ରମ ଏବେ କବେଳ ମହିଳାଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି ।