ଅନୁଗୁଳ: ବୈଠକ ଡ଼ାକି ରହୁନାହାଁନ୍ତି ଜିଲ୍ଲାପାଳ

Oct 5, 2018 - 18:20
 226
ଅନୁଗୁଳ: ବୈଠକ ଡ଼ାକି ରହୁନାହାଁନ୍ତି ଜିଲ୍ଲାପାଳ
ଅନୁଗୋଳ୫/୧୦ (ସକାଳଖବର): ଅନୁଗୋଳ ଜିଲ୍ଲା ପ୍ରଶାସନ ସହରରେ ଆଗାମୀ ଦୁର୍ଗାପୂଜା ଓ ଲକ୍ଷ୍ମୀପୂଜା ସମାରୋହ ପାଇଁ ଏକ ଆଲୋଚନା ବୈଠକ ଆଜି ଅପରାହ୍ନ ୪ଟା ବେଳେ ସେଣ୍ଟ୍ରାଲ ପୂଜା କମିଟି ସହ ଅନ୍ୟ ବିଭାଗର ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ମିଟିଙ୍ଗ ପାଇଁ ନିମନ୍ତ୍ରଣ ହୋଇଥିଲା । ନିର୍ଦ୍ଧାରିତ ସମୟ ଅନୁସାରେ ସମସ୍ତ ସଦସ୍ୟମାନେ ଅପରାହ୍ନ ୪ଟା ବେଳେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ପହଞ୍ଚôଥିଲେ । ତେବେ ନିର୍ଦ୍ଧିାରିତ ସମୟରେ କକ୍ଷରେ ସମସ୍ତେ ବସିଲା ପରେ ଜଣାପଡ଼ିଲା ଯେ ଜିଲାପାଳ ଅନିଲ ସାମଲ ବୈଠକରେ ଅନୁପସ୍ଥିତ ରହିବେ । ତେଣୁ ଜିଲାପାଳ କୁଆଡେ଼ ଗଲେ ବୋଲି କମିଟି ସଦସ୍ୟମାନେ ପ୍ରଶ୍ନ କରିଥିଲେ । ଜିଲାପାଳ ଭୁବନେଶ୍ୱର ଯାଇଥିବା କଥା ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଥିଲେ । ଜିଲାପାଳ ମିଟିଙ୍ଗ ଡ଼ାକି ଗୃହରେ ନଥିବାରୁ ପୂଜା ବୈଠକର ମାନେ କଣ ବୋଲି କହି ସମସ୍ତ ପୂଜା କମିଟିର ସଦସ୍ୟ ବିରୋଧ କରିବା ସହ ମିଟିଙ୍ଗ ସ୍ଥଳରୁ ଉଠିଯାଇଥିଲେ । ଜିଲା ପ୍ରଶାସନର ଅଧିକାରୀମାନେ ବୁଝାସୁଝା କରିଥିଲେ ମଧ୍ୟ ସେଣ୍ଟ୍ରାଲ ପୂଜା କମିଟି ଆଉ ଗୃହରେ ବସିନଥିଲେ । ବରଂ ବର୍ଜନ କରି ଚାଲିଯାଇଥିଲେ । କେବଳ ଜିଲା ପ୍ରଶାସନିକ ଅଧିକାରୀ ତାଙ୍କ ତାଙ୍କ ମଧ୍ୟରେ ଆଲୋଚନା କରିଥିଲେ । ଆଲେଚନାରେ କୌଣସି ନିଷ୍ପତ୍ତି ନିଆଯାଇ ନଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ ଜିଲାପାଳ ବିଭିନ୍ନ ସମୟରେ ମିଟିଙ୍ଗ ଡ଼ାକି ଦେଇ ଏଭଳି ଅନୁପସ୍ଥିତ ରହିବା ଏକନୀତି ଦିନିଆ ଘଟଣା ହୋଇଥିବାରୁ ଜନସାଧାରଣରେ ଅସନ୍ତୋଷକ ଭାବ ପ୍ରକାଶ ପାଇଛି । ଜିଲା ସୂଚନା ଲୋକ ସଂପର୍କ ଅଧିକାରଙ୍କ କହିବା କଥା ହେଲା ଯେହେତୁ ମିଟିଙ୍ଗ ସଂପୂର୍ଣ୍ଣ ହୋଇ ନାହିଁ ପୁଣିଥରେ ଜିଲାପାଳ ଉପସ୍ଥିତିରେ ବୈଠକ ହେବ ବୋଲି କହିଛନ୍ତି ।