୧୦ ପଂଚାୟତ ପାଇଁ ୨ କୋଟି ୭୫ ଲକ୍ଷ ଟଙ୍କା ମଞ୍ଜୁର

Jan 11, 2019 - 18:11
 150
୧୦ ପଂଚାୟତ ପାଇଁ ୨ କୋଟି ୭୫ ଲକ୍ଷ ଟଙ୍କା ମଞ୍ଜୁର
ବାରିପଦା, ୧୧/୧(ସକାଳଖବର): ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ଷ୍ଟେସନ ଖେଳପଡ଼ିଆରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବାରିପଦା ପଂଚାୟତ ସମିତିର ଜନପ୍ରତିନିଧି, ଜନସାଧାରଣଙ୍କ ସହିତ ଜିଲ୍ଲା ପ୍ରଶାସନର ବରିଷ୍ଠ ପଦାଧିକାରୀ, ଅଧିକାରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ବାରିପଦା ପଂଚାୟତ ସମିତି ଅଧୀନରେ ଥିବା ବଡେÿଯାଡ଼, ଭାଗବତଚନ୍ଦ୍ରପୁର, ହାତୀକୋଟ, ଖଡ଼ିଶୋଳ, ଶଙ୍ଖାଭଙ୍ଗା, ବାଙ୍କିଶୋଳ, ବେତନା, ଚନ୍ଦନପୁର, ଲକ୍ଷ୍ମୀପୋଷି ଓ ରଜାବସା ଆଦି ୧୦ଟି ପଂଚାୟତର ଗ୍ରାମବାସୀମାନଙ୍କ ସହିତ ବାର୍ତାଳାପ କରି ବାରିପଦା ବ୍ଲକର ବିଭିନ୍ନ ଗ୍ରାମରେ ରହିଥିବା ଆବଶ୍ୟକତା ବିଷୟରେ ଅବଗତ ହୋଇଥିଲେ । ଗାଁର ବିକାଶ ନିମନ୍ତେ ଆସିଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୁଡ଼ିକ ମଧ୍ୟରୁ ଅଗ୍ରାଧିକାର ଭିତିରେ ୨କୋଟି ୭୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୧୦ଟି ପଂଚାୟତର ୪୭ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ଏବଂ ଏହି ପ୍ରକଳ୍ପ ଗୁଡିକ ଅଗ୍ରାଧିକାର ଭିତିରେ କାର୍ଯ୍ୟକୁ ଶେଷ କରାଯିବ ବୋଲି ମଧ୍ୟ କହିଛନ୍ତି । ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଥିବା ପ୍ରକଳ୍ପ ଗୁଡିକ ମଧ୍ୟରେ ବାରିପଦା ବ୍ଲକର ବଡଯୋଡ ପଂଚାୟତର ଗୁହାଳଡିହି ଗାଁରେ ନୂତନ ପୋଖରୀ ଖନନ ପାଇଁ ୫ଲକ୍ଷ ୬୫ହଜାର, ଟୁଙ୍ଗାଧୁଆ ଗ୍ରାମର ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ୬ ଲକ୍ଷ ୪୫ ହଜାର, ଗୁହାଳଡିହି ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ୬ ଲକ୍ଷ ୪୫ ହଜାର ଏବଂ କୃଷ୍ଣଚନ୍ଦ୍ରପୁର ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ୬ ଲକ୍ଷ ୪୫ ହଜାର ଟଙ୍କା ମଞ୍ଜୁର କରିଛନ୍ତି । ସେହିପରି ବାଙ୍କିଶୋଳ ପଂଚାୟତରେ ପଥରଚକୁଳି କଲ୍ୟାଣ ମଣ୍ଡପ ନିକଟରେ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ୭ ଲକ୍ଷ, ତେନ୍ତୁଳିଶୋଳ ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ୩ ଲକ୍ଷ, ସାନବ୍ରାହ୍ମଣମରା ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ୩ ଲକ୍ଷ ଟଙ୍କା, ବଡବ୍ରାହ୍ମଣମରା ଗ୍ରାମରେ ଭାଗବତ ଟୁଙ୍ଗି ନିର୍ମାଣ ପାଇଁ ୬ ଲକ୍ଷ ଟଙ୍କା, ବାଙ୍କିଶୋଳ ଠାରେ ଭାଗବତ ଟୁଙ୍ଗି ନିର୍ମାଣ ପାଇଁ ୬ ଲକ୍ଷ ଟଙ୍କା, ବେତନା ଗ୍ରାମପଂଚାୟତର ରାଇକଝରଣ ଭାଲୁବସା ଠାରେ ସଭାଗୃହ ନିର୍ମାଣ ପାଇଁ ୪ ଲକ୍ଷ ଟଙ୍କା, ରାଜଭାଡିଠାରେ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ୪ ଲକ୍ଷ ଟଙ୍କା, ବଡଦମୋଦରପୁର ଠାରେ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ୪ଲକ୍ଷ ଟଙ୍କା, ଭାଗବତପୁର ମୁନସିବନ୍ଧ ସାହି ଠାରେ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ୩ ଲକ୍ଷ ଟଙ୍କା, ବେତନା ଠାରେ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ୩ ଲକ୍ଷ ଟଙ୍କା, ବଡ ଡାକୋଇ ସାହି ଠାରେ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ୪ଲକ୍ଷ ଟଙ୍କା, ବେତନା ଜାହିରା ସ୍ଥିତ ରାମଦାସ ସାହିରେ ସାଂସ୍କୃତିକ କେନ୍ଦ୍ର ନିର୍ମାଣ ପାଇଁ ୩ ଲକ୍ଷ, ଭାଗବତଚନ୍ଦ୍ରପୁର ଗ୍ରାମପଂଚାୟତର ଗ୍ରା.ପ କାର୍ଯ୍ୟାଳୟ ଠାରେ ଗ୍ରାମସଭା ପାଇଁ ଖୋଲା ପ୍ରେକ୍ଷାଳୟ ପାଇଁ ୧୦ ଲକ୍ଷ ଟଙ୍କା, ଗ୍ରା.ପ. କାର୍ଯ୍ୟାଳୟ ଠାରେ ଥାକ ଓ ବହି ସହିତ ଗ୍ରନ୍ଥାଗାର ନିର୍ମାଣ ପାଇଁ ୮ଲକ୍ଷ ୫୦ହଜାର ଏବଂ ଓରାଚାନ୍ଦଭିଲ୍ଲା ମହୁଲମଠା ଛକ ଠାରେ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ୬ ଲକ୍ଷ ୫୦ ହଜାର, ଚନ୍ଦନପୁର ଗ୍ରାମପଂଚାୟତର ମେଲାମାରି ହାଟ ଛକ ଠାରେ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ୬ ଲକ୍ଷ ୨୫ ହଜାର, କରତପଟା ସ୍କୁଲ ଛକ ଠାରେ ଭାଗବତ ଟୁଙ୍ଗି ନିର୍ମାଣ ପାଇଁ ୬ ଲକ୍ଷ ୨୫ ହଜାର, ଅସନଶିଳା ଠାରେ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ୪ଲକ୍ଷ ୫୦ହଜାର ଏବଂ ଢେ଼ଙ୍କିନେଞ୍ଜିଆ ଠାରେ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ୮ଲକ୍ଷ, ହାତିକୋଟ ଗ୍ରାମପଂଚାୟତ, ଖଡିଶୋଳ ଗ୍ରାମପଂଚାୟତ, ରାଜାବସା ଗ୍ରାମପଂଚାୟତ, ଶଙ୍ଖାଭଙ୍ଗା ଗ୍ରାମପଂଚାୟତର ବିଭିନ୍ନ ପ୍ରକଳ୍ପ ପାଇଁ ଟଙ୍କା ମଞ୍ଜୁର କରିଛନ୍ତି । ତେବେ ଏହା ବ୍ୟତୀତ ଲକ୍ଷ୍ମୀପୋଷୀ ଠାରେ ୭୯ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିବା ସହ ୮୭ଲକ୍ଷ ଟଙ୍କା ବ୍ୟୟରେ ୫୦ ହଜାର ଲିଟର ବିଶିଷ୍ଟ ଉଚ୍ଚ ପାଣି ଟାଙ୍କି ଆଦି ଅନ୍ୟ ପ୍ରକଳ୍ପ ଗୁଡିକୁ ମଧ୍ୟ ମଞ୍ଜୁରି ପ୍ରଦାନ କରିଛନ୍ତି ।