ହାାଇକୋର୍ଟରେ ପୁଣି ବିଜେପି

Jul 10, 2018 - 15:29
 184
କଟକ,୧୦ା୭: ଭାରତୀୟ ଜନତା ପାର୍ଟି(ବିଜେପି) ଶ୍ରୀମନ୍ଦିରର ପୁଣି ଏକ ପ୍ରସଙ୍ଗକୁ ନେଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଛି । ହୁଣ୍ଡିରୁ ମିଳିଥିବା ସୁନା ଅଳଙ୍କାର ଗାଏବକୁ ନେଇ ବିଜେପି ରାଜ୍ୟ ଉପ-ସଭାପତି ସମୀର ମହାନ୍ତି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି । ଆବେଦନକାରୀ ଦର୍ଶାଇଛନ୍ତି ଯେ ୧୯୮୩, ଅକ୍ଟୋବର ମାସରୁ ୨୦୧୮, ଜାନୁୟାରୀ ମାସ ମଧ୍ୟରେ ଦାନ ବାକ୍ସ(ହୁଣ୍ଡି)ରୁ ୧୮.୨୬୧କିଗ୍ରା ସୁନା ଅଳଙ୍କାର ମିଳିଥିଲା । ନିୟମ ଅନୁସାରେ ଏହି ସୁନାକୁ ରତ୍ନ ଭଣ୍ଡାରରେ ରଖିବା ପାଇଁ ବ୍ୟବସ୍ଥା ଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ କାଯ୍ୟାଳୟର ନାଜିର ଖାନାରେ ରଖାଯାଇଥିଲା । ମିଳିଥିବା ସୁନା ମଧ୍ୟରୁ ୧୪.୫୬୦କିଗ୍ରା ସୁନା ଅଳଙ୍କାର ଜୁନ ମାସ ୭ତାରିଖରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଲକରରେ ବେଆଇନ ଭାବେ ରଖାଯାଇଥିଲା । ତେବେ ଏହା ହେଉଛି ଫୌଜଦାରୀ ବିଶ୍ୱାସଭଙ୍ଗ ଓ ଫୌଜଦାରୀ ବେଆଚରଣ ବୋଲି ଆବେଦନପତ୍ରରେ ଦର୍ଶାଯାଇଛି ।