ହାତୀକୁ ନେଇ ବନ କର୍ମଚାରୀ-ଗ୍ରାମବାସୀ ମୁହାଁମୁହିଁ

Nov 18, 2018 - 18:11
 94
ନୀଳଗିରି, ୧୭/୧୧( ସକାଳଖବର): ବାଲେଶ୍ୱର ଜିଲ୍ଲା ନୀଳଗିରି ଅନ୍ତର୍ଗତ ହାତୀମୁଣ୍ଡା ଗାଁରେ ହାତୀଙ୍କ ପାଇଁ ବନ ବିଭାଗ କର୍ମଚାରୀ- ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି । ଦୀର୍ଘ ଦିନ ଧରି ହାତୀ ଉପଦ୍ରବ ଚଳାଇଥିବା ବେଳେ ବନ ବିଭାଗ ହାତୀ ଘଉଡାଇବାରେ ଅସଫଳ ହୋଇଛି ବୋଲି ଅଭିଯୋଗ କରି ବନ ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ । ଗ୍ରାମବାସୀଙ୍କ ଆକ୍ରମଣରରେ ରେଂଜରଙ୍କ ସମେତ ୬ ବନ କର୍ମଚାରୀ ଆହତ ହୋଇଛନ୍ତି । ଏହାସହ ବନ ବିଭାଗ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଗତ କିଛି ଦିନ ଧରି ନୀଳଗିରି ଅଂଚଳରେ ହାତୀ ଉପଦ୍ରବ ଜାରି ରହିଛି । ଝାଡ଼ଖଣ୍ଡୀ ହାତୀ ବ୍ୟାପକଫସଲ କ୍ଷୟକ୍ଷତି କରୁଥିବାରୁ ସେମାନଙ୍କୁ ଘଉଡ଼ାଇବା ପାଇଁ ଗାଁ ଲୋକେ ବାରମ୍ବାର ଦାବି କରି ଆସୁଛନ୍ତି । ଗତକାଲି ରାତିରେ ନୀଳଗିରି ରେଞ୍ଜରଙ୍କ ସହ ଫରେଷ୍ଟ ଗାର୍ଡ ଓ ଅନ୍ୟ ବନକର୍ମ·ରୀମାନେ ହାତୀମୁଣ୍ଡା ଗାଁକୁ ହାତୀଙ୍କୁ ଜଗିବାକୁ ଯାଇଥିଲେ । ତେବେ ହାତୀଙ୍କୁ ଘଉଡ଼ାଇବା ପାଇଁ ଗ୍ରାମବାସୀ ଜିଦ୍ ଧରି ବସିଥିଲେ । ହେଲେ ବିଲକୁ ଯାଇ ହାତୀଙ୍କୁ ଘଉଡ଼ା ଯାଇପାରିବ ନାହିଁ ବୋଲି ବନ କର୍ମ·ରୀମାନେ ସେମାନଙ୍କୁ ବୁଝାଇଥିଲେ । ଏଥିରେ ଉତ୍ୟକ୍ତ ହୋଇ ଗ୍ରାମବାସୀ ରେଞ୍ଜର ଏବଂ ଅନ୍ୟ ବନ କର୍ମ·ରୀଙ୍କୁ ମାଡ଼ ମାରିଥିଲେ । ଏଥିସହ ବନ ବିଭାଗର ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଂଚିବା ପରେ ଲୋକେ ଛତ୍ରଭଙ୍ଗ ଦେଇଥିଲେ । ଅପରପକ୍ଷରେ ଅଭିଯୁକ୍ତ ଗ୍ରାମବାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନଗଲେ ହାତୀ ଘଉଡ଼ା କାର୍ଯ୍ୟ ବନ୍ଦ ରହିବ ବୋଲି ଏସିଏଫ୍ କହିଛନ୍ତି । ଫରେଷ୍ଟର ଉମାକାନ୍ତ ଜେନା କହିଛନ୍ତି ଯେ ଗତକାଲି ସେମାନେ ହାତୀମୁଣ୍ଡା ଗାଁରେ ହାତୀ ଜଗିଥିଲେ । ଲୋକେ କହିଥିଲେ ଯେ ହାତୀ ଜମିରେ ଧାନ ଖାଉଛନ୍ତି, ସେମାନଙ୍କୁ ଘଉଡ଼ାଅ । ବିଲକୁ ଯାଇ ହାତୀଙ୍କୁ ଘଉଡ଼ାଇ ହେବ ନାହିଁ ବୋଲି ସେମାନେ କହିଥିଲେ । ଏହା ପରେ ପ୍ରାୟ ୬୦ ରୁ ୭୦ ଜଣ ମହିଳା ଓ ପୁରୁଷ ଅ ।ସି ୁ ଅ ।କ୍ରମଣ କରିଥିଲେ । ସେହିପରି ନୀଳଗିରି ଏସିଏଫ୍ ଲକ୍ଷ୍ମଣ କୁମାର ପ୍ରଧାନ କହିଛନ୍ତି,ହାତୀମୁଣ୍ଡା ଗାଁ ଲୋକେ ପ୍ରଥମେ ଅ ।ମକୁ ସହଯୋଗ କରୁଥିଲେ । ହେଲେ ଗତକାଲି ରାତିରେ ଗାଁ ଲୋକେ ଏକତ୍ରିତ ହୋଇ ହାତୀକୁ କାହିଁକି ଏଠାରେ ଚରାଉଛ କହି ବନ କର୍ମ·ରୀଙ୍କୁ ଗାଲିଗୁଲଜ କରିଥିଲେ । ତା'ପରେ ଗାଁଲୋକେ ଲାଇଟ୍ ଜାଳି ହାତୀଙ୍କୁ ଘଉଡ଼ାଇବାକୁ ଚେଷ୍ଟା କଲେ । ବାରଣ କରାଯିବାରୁ ଗାଁର ସ୍ତ୍ରୀ ଓ ପୁରୁଷ ବନ କର୍ମ·ରୀଙ୍କୁ ଅ ।କ୍ରମଣ କରିଥିଲେ । ଏନେଇ କୌଣସି ପଦକ୍ଷେପ ନିଅ । ନଗଲେ, ଅ ।ଜିଠାରୁ କୌଣସି କର୍ମଚାରୀ ହାତୀ ଘଉଡ଼ାଇବାକୁ ଯିବେ ନାହଁ ବୋଲି ସେ କହିଛନ୍ତି