ତାଳଚେରରେ ସ୍ଥିତି ଅନୁଧ୍ୟାନ କଲେ ବିଶେଷଜ୍ଞ

Dec 7, 2018 - 18:12
 114
ଭୁବନେଶ୍ୱର,୭/୧୨(ସକାଳଖବର): ଅନୁଗୋଳ ଜିଲ୍ଲାର ତାଳଚେର ଠାରେ ମାଟି ଦବିବା ଘଟଣାରେ ଆଜି ଏକ ବିଶେଷଜ୍ଞ ଟିମ୍ ଆସି ଘଟଣାସ୍ଥଳ ଅନୁଧ୍ୟାନ କରୁଥିବା ବେଳେ ବିଳମ୍ବରେ ଆସିଥିବାରୁ ସ୍ଥାନୀୟ ଲୋକେ ସେମାନଙ୍କୁ ବିରୋଧ କରିଥିଲେ । କେନ୍ଦ୍ର କୋଇଲା ମନ୍ତ୍ରୀ ପିୟୂଷ ଗୋଏଲଙ୍କ ନିଦେ୍ର୍ଧଶ କ୍ରମେ ଏହି ବିଶେଷଜ୍ଞ ଟିମ୍ ଆସିଛନ୍ତି । ଡିଜିଏମଏସଙ୍କ ସହ ଏହି ବିଶେଷଜ୍ଞ ଟିମ୍ ମାଟି ଭିତରେ ହୋଇଥିବା ଗର୍ତର ଅନୁଧ୍ୟାନ କରୁଛନ୍ତି । ପ୍ରଶାସନ ପକ୍ଷରୁ ସେଠାରେ ୧୪୪ ଧାରା ଜାରି କରାଯାଇଥିବା ସତ୍ୱେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଆନେ୍ଦାଳନ ଜାରୀ ରହିଛି । ଅପରପକ୍ଷରେ ଏହି ଘଟଣାର ଅନୁସନ୍ଧାନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୋଏଲଙ୍କ ତ୍ୱରିତ ପଦକ୍ଷେପ ନେଇଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଭେଟି କୃତଜ୍ଞତା ଜଣାଇଥିଲେ ।