ସାମନ୍ତବାଦୀ ଶକ୍ତିଙ୍କ ବିରୋଧରେ ଗରିବଙ୍କ ନେତୃତ୍ୱ ନେବେ ମୋଦି - ଧର୍ମେନ୍ଦ୍ର
ଭୁବନେଶ୍ୱର,୬/୨(ସକାଳଖବର): ଦୀର୍ଘ ୭୦ ବର୍ଷ କ୍ଷମତାରେ ରହିବା ପରେ ମଧ୍ୟ କଂଗ୍ରେସ ଯାହା କରିନାହିଁ ତାହା ଆମେ ୫ ବର୍ଷରେ କରି ଦେଖାଇଛୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ଦେଶକୁ ଏହା ବିଜେପି ସରକାରର ବଡ ଅଂଶଦାନ ବୋଲି ସେ କହିଛନ୍ତି । ଅନ୍ୟପଟେ ଦେଶର ରକ୍ଷା ବ୍ୟବସ୍ଥାକୁ ବୁଝାମଣା କରିବାରେ ବିଜେଡି ଓ କଂଗ୍ରେସ ଦଳ ଏକାଘାଟରେ ପାଣି ପିଉଛନ୍ତି । ଜେପିସି କଥା ଦାବୀ କରୁଛନ୍ତି । କିନ୍ତୁ ମିଶେଲ ମାମାର ଭୋଜି ଦୁଇ ଦଳ ଖାଉଛନ୍ତି ।
ଚିଟଫଣ୍ଡର କେଳେଙ୍କାରୀର ଲାଭାର୍ଥୀ ମମତା ଦିଦି ଏବଂ ନବୀନ ବାବୁ । ତୁମ ରିମୋର୍ଟ ତ ତାମିଲନାଡୁର ଖଣି ବେପାରି ପାଖରେ ଅଛି । ତୁମେ ଅଭିଯୋଗ କରୁଛ ଏ ରିମୋର୍ଟ କାହା ପାଖରେ ଅଛି । ଆଗାମୀ ନିର୍ବାଚନରେ ଏ କଥାକୁ ବିତର୍କ ଓଡିଶା କରିବ । ଏ ଯେଉଁ ଲୋକତନ୍ତ୍ରର ମହାପର୍ବ ହେବ ଏ ବିତର୍କ ଆଗାମୀ ୯୦ ଦିନ ଭିତରେ ହେବ । ଓଡିଶା କ୍ଷୀର କ୍ଷୀର ପାଣି ପାଣି ବୁଝୁ । ଏଥର ଲଢେଇ ହେବ ଏ ଦୁର୍ନୀତିଗ୍ରସ୍ତସମୂହ ସାଙ୍ଗରେ, ସାମନ୍ତବାଦ ଶକ୍ତି ସାଙ୍ଗରେ, ବଡଘରିଆ ଲୋକଙ୍କ ସାଙ୍ଗରେ । ଗରିବ ଲୋକର ଲଢେଇ ହେବ ଏବଂ ତାର ପ୍ରମୁଖ ସେନାପତି ନରେନ୍ଦ୍ର ମୋଦି ହେବେ । ତା’ର ନେତୃତ୍ୱ ନରେନ୍ଦ୍ର ମୋଦି ନେବେ । ଏହା ଓଡିଶା ସାଢେ ୪ କୋଟି ଓଡିଆଙ୍କ ଅଧିକାରର ଲଢେଇ,୧୩୦ କୋଟି ଭାରତୀୟ ଲୋକଙ୍କର ସ୍ୱାଭିମାନର ଲଢେଇ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଭୁବନେଶ୍ୱରରେ ଆୟୋଜିତ ଭାରତ କେ ମନ୍ କି ବାତ୍, ମୋଦି କେ ସାଥ୍ କାର୍ଯ୍ୟକ୍ରମକୁ ଦୁଇ କେନ୍ଦ୍ରମନ୍ତ୍ରୀ ଶୁଭାରମ୍ଭ କରିବା ଅବସରରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯାହା ଉପରେ ଭରସା ଓ ଆଶା ଅଧିକ ଥାଏ ତାଠୁ ଅପେକ୍ଷା ବି ଅଧିକ କରାଯାଏ । ଆଜି ୧୩୦ କୋଟି ଲୋକଙ୍କର ଆସ୍ଥା ଶ୍ରୀ ନରେନ୍ଦ୍ର ମୋଦି ବନିଯାଇଛନ୍ତି । ସେଥିପାଇଁ ନରେନ୍ଦ୍ର ମୋଦିଙ୍କ ଠାରୁ ଆଶା ଠୁ ଅଧିକ ଅପେକ୍ଷା କରାଯାଉଛି । ୨୦୧୪ ମେ ୨୬ରେ ସାଢେ ୪ ବର୍ଷରେ ମୋଦିଙ୍କ ସରକାରଙ୍କ ବିଗତ ଦିନ ମାନଙ୍କରେ ଉପଲବ୍ଧି ଆଗାମୀ ୫ ବର୍ଷ ପାଇଁ ଅପେକ୍ଷା । ଏକଥାକୁ ୧୦ କୋଟି ଲୋକଙ୍କ ନିକଟରେ ଲୋକଙ୍କ ନିକଟରେ ପହଂଚାଇବାର ଦାୟିତ୍ୱ ଅଛି । ଓଡିଶାର ଗରିବ, ମା ଭଉଣୀ, ଯୁବକ ଓ ଚାଷୀ ମାନଙ୍କ ଏହି ଅପେକ୍ଷା । ଏହି କାର୍ଯ୍ୟକ୍ରମକୁ ଓଡିଶାକୁ ଅଣାଯାଇଥିବାରୁ ସେ ସୌଭାଗ୍ୟ ମନେକରୁଛନ୍ତି ବୋଲି ସେ କହିଛନ୍ତି । ି ଦିଲ୍ଲୀରେ କଂଗ୍ରେସ ନେତୃତ୍ୱରେ ଯେବେ ସରକାର ବନିଛି ସେବେ ଓଡିଶାକୁ ଅଣଦେଖା କରାଯାଇଛି । ଦିଲ୍ଲୀରେ ଅନେକ ସରକାର ବିଗତ ୭ ଦଶନ୍ଧି ଧରି ଦାୟିତ୍ୱ ନେଇଛନ୍ତି । ଯେବେ ଯେବେ କଂଗ୍ରେସ କ୍ଷମତାରେ ଆସିଛି ସେବେ ଓଡିଶାକୁ ଅଣଦେଖା କରାଯାଇଛିା ଏହି କଥାକୁ ଆମେ ଭୁଲିପାରିବ ନାହିଁ । ଓଡିଶାକୁ ପଛରେ ରଖିଥିବା ଦଳର ଯୁବରାଜ ଆଜି ଓଡିଶାର ଗାଁ ଗଣ୍ଡାରେ ବୁଲି ବୁଲି ପ୍ରଚାର କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ମନ କି ବାତ କାର୍ଯ୍ୟକ୍ରମକୁ ଆରମ୍ଭ କରିବା ପାଇଁ ଆମେ ଏକାଠୀ ହୋଇଛେ । ମହାବାତ୍ୟା ସମୟରେ ସ୍ୱର୍ଗୀୟ ଅଟଳ ବିହାରୀ ବାଜପେୟୀ ଓଡିଶାର ପୁନଃନିର୍ମାଣ ପାଇଁ ଅର୍ଥର ଆବଶ୍ୟକତା ରହିବ ନାହିଁ ବୋଲି କହିଥିଲେ । ସ୍ୱର୍ଗୀୟ ଅଟଳ ବିହାରୀ ବାଜପେୟୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୟରେ ଓଡିଶାର ବିକାଶ ପାଇଁ ଅନେକ କାର୍ଯ୍ୟ କରାଯାଇଛି ।
ବିଶ୍ୱଭୂଷଣ ବାବୁଙ୍କ ନେତୃତ୍ୱରେ ସଙ୍କଳ୍ପ ସମିତି ତିଆରି କରି ଓଡିଆ ଲୋକଙ୍କ ମନକଥାକୁ ଆଣିବା । ଓଡିଶାରେ ନରେନ୍ଦ୍ର ମୋଦିଙ୍କ ପାର୍ଟି ସରକାରକୁ ଆସିଲେ କଣ କରାଯିବ ତାହାର ବିଚାରବିମର୍ଷ ମଧ୍ୟ ଆରମ୍ଭ ହୋଇଛି । ବିଭିନ୍ନ ଅଂଚଳ ଓ ବିଭିନ୍ନ ବର୍ଗର ଏବଂ ବିଭିନ୍ନ ସମୁଦାୟଙ୍କୁ ଭେଟି ତାଙ୍କ ମତକୁ ଜନଆକାଂକ୍ଷାକୁ ଏକ ରିପୋର୍ଟର ରୂପ ଦେବା ।ଏଥିପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି । କେନ୍ଦ୍ର ସରକାରଠୁ ଓଡିଶାର ଲୋକମାନଙ୍କ ଅପେକ୍ଷା କଣ । ଦଳିତ, ଚାଷୀ, ମହିଳା, ଚାଷୀଙ୍କର ଅପେକ୍ଷା କଣ । ୧୩୦ କୋଟି ହୃଦୟକୁ ଚୋରିଥିବା ନା ହେଲା ନରେନ୍ଦ୍ର ମୋଦି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତିା