ସମଲ ଘାଟରେ ବ୍ରାହ୍ମଣୀରେ ବିସର୍ଜିତ ହେଲା ଅଟଳଜୀଙ୍କ ଅସ୍ଥି କଳସ
ଅନୁଗୋଳ ,୨୮/୮ (ସକାଳଖବର): ଅନୁଗୋଳ ଜିଲ୍ଲାକୁ ଆସି୍ଥିବା ସ୍ୱର୍ଗୀୟ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍କ ଅସ୍ଥି କଳସ ଆଜି ଅପରାହ୍ନରେ ପବିତ୍ର ବ୍ରାହ୍ମଣୀ ନଦୀର ସମଲ ଘାଟରେ ବିସର୍ଜିତ ହୋଇଯାଇଛି । ଭଜନ ସଂକୀର୍ତ୍ତନ ଭିତରେ ସମଲ ଗ୍ରାମ ପ୍ରାରମ୍ଭରେ ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ଅଶୋକ ମହାନ୍ତି ଭାବ ଗମ୍ଭୀର ପରିବେଶରେ ଜିଲ୍ଲା ସଭାପତି ଭାଗିରଥି ପ୍ରଧାନଙ୍କଠାରୁ ଅସ୍ଥିକଳସ ଗ୍ରହଣ କରି ଶ୍ରାଦ୍ଧସ୍ଥଳକୁ ନେଇଥିଲେ । ସେଠାରେ ହୋମଯଜ୍ଞ କରାଯାଇ ଯଥାବିଧି ବିସର୍ଜନ କରାଯାଇଥିଲା । ପ୍ରାକ୍ତନ ସାଂସଦ (ରାଜ୍ୟସଭା) ରୁଦ୍ରନାରାୟଣ ପାଣିଙ୍କ ସମେତ ଚାରିଜଣ କାର୍ଯ୍ୟକର୍ତ୍ତା ବିଧି ମୁତାବକ ସ୍ୱର୍ଗିୟ ବାଜପେୟୀଙ୍କୁ ଶ୍ରଦ୍ଧା ନିବେଦନ ପୂର୍ବକ ମୁଣ୍ଡନ ହୋଇଥିଲେ । ରାଜ୍ୟ ସଂପାଦକ କାଳନ୍ଦୀ ଚରଣ ସାମଲ, ରାଜ୍ୟଳ କାର୍ଯ୍ୟକାରୀଣି ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ମୀନକେତନ ଅମାନ୍ତ, ସଦସ୍ୟା ପ୍ରତିମା ମିଶ୍ର, ସଂଘମିତ୍ରା ପ୍ରଧାନ, ସଦସ୍ୟ ପ୍ରକାଶ ମଙ୍ଗରାଜ, ଜିଲ୍ଲା ଉପସଭାପତି ଯଯାତି ପଟ୍ଟନାୟକ, ପେଷ୍କାର ଗଡ଼ନାୟକ, ସାଧାରଣ ସଂପାଦକ ପ୍ରକାଶ ମହାରଣା, ଚୌଧୁରୀ ପ୍ରଧାନ ଓ ଦିଲେଶ୍ୱର ପ୍ରଧାନ, ମହିଳା ମୋର୍ଚ୍ଚା ସଭାନେତ୍ରୀ ତଥା ଜିଲ୍ଲା ପରିଷଦ ସଦସ୍ୟା ବସନ୍ତ ମଞ୍ଜରୀ ପ୍ରଧାନ ପ୍ରମୁଖଙ୍କ ନେତୃତ୍ୱରେ ତାଳଚେର ପଟୁ ଆସିଥିବା ବିଶାଳ ଶୋଭାଯାତ୍ରାକୁ ଗୋଡ଼ିବନ୍ଧଛକରେ ସ୍ୱାଗତ କରିଥିଲେ ।