ସରଳିୟା ରାଇସ ମିଲ ବନ୍ଦ ପାଇଁ ନୋଟିସ

Aug 28, 2018 - 19:00
 163
ଅନୁଗୋଳ ,୨୮/୮ (ସକାଳଖବର): ବାୟୁ ଓ ଜଳ ପ୍ରଦୂଷଣ ନେଇ ବାରମ୍ବାର ନୋଟିସ ସହ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ ପରେ ମଧ୍ୟ ଉପଯୁକ୍ତ ବ୍ୟବସ୍ଥା ନ କରିବାରୁ ଜରାସିହା ବେଣାଗାଡ଼ିଆରେ ଥିବା ସରଳିୟା ଫୁଡ଼ସ ପ୍ରାଇଭେଟ ଲିମିଟେଡ଼ (ରାଇସ ମିଲକୁ) ବନ୍ଦ କରିବା ପାଇଁ ନୋଟିସ ଜାରି କରିଛି । ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ପକ୍ଷରୁ ଜଳ ପ୍ରଦୂଷଣ ପ୍ରତିରୋଧ ଓ ନିୟନ୍ତ୍ରଣ ଆଇନ ଧାରା ୩୩(ଏ) ବଳରେ ଏହାକୁ ବନ୍ଦ କରିବା ପାଇଁ କର୍ତ୍ତୃପକ୍ଷ ତଥା ମିଲ ନିଦେ୍ର୍ଧଶକ ରାଜେଶ କୁମାର ସରଳିୟାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯିବ ବୋଲି ଚିଠିରେ ଉଲ୍ଲେଖ ହୋଇଛି । ଏହା ପାଳନ ହେଲା କି ନାହିଁ ତାହା ନିଶ୍ଚିତ କରିବା ପାଇଁ ଜିଲ୍ଳାପାଳ ଓ ଏସପିଙ୍କୁ ମଧ୍ୟ ପରିଷଦ ପକ୍ଷରୁ ଅନୁରୋଧ କରାଯାଇଛି । ଏହି ମିଲକୁ ତୁରନ୍ତ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବା ପାଇଁ ସେସୁକୁ ମଧ୍ୟ ନିଦେ୍ର୍ଧଶ ଦିଆଯାଇଛି । ଜରାସିଂହା ବେଣାଗାଡ଼ିଆ ଠାରେ ଏହି ସରଳିଆ ଫୁଡ଼ସ ପ୍ରାଇଭେଟ ଲିମିଟେଡ଼ ନାମରେ ରାଇସ ମିଲ ରହିଛି । ଏଥିରୁ ବାହାରୁଥିବା ଆବର୍ଜନା ଓ ଧୂଆଁ ବାୟୁ ପ୍ରଦୂଣେ କରୁଥିବା ନେଇ ପର୍ଯ୍ୟାବରଣ ସୁରକ୍ଷା ସମିତି ଅଭିଯୋଗ କରିଥିଲା । ପ୍ରଶାସନିକ ସ୍ତରରେ ସମିତି ଆବେଦନ କରି ହତାଶ ହେବା ପରେ ୨୦୧୨ ମସିହାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।