ଶ୍ରୀକ୍ଷେତ୍ରରେ ଗୋସାଣି ପୂଜା
ପୁରୀ : ଶ୍ରୀକ୍ଷେତ୍ର ପୁରୀରେ ମୃଣ୍ମୟମୂର୍ତ୍ତି
ନିର୍ମାଣ ପରମ୍ପରା ଇତିହାସ ତଥା ପୁରାଣ
ଆଧାରିତ । ମହାସପ୍ତମୀରୁ ଦଶହରା ପର୍ଯ୍ୟନ୍ତ
ଗୋସାଣି ପୂଜା କରାଯାଏ । ଶାରଦୀୟ
ଦୁର୍ଗାପୂଜା ଅବସରରେ ଶ୍ରୀକ୍ଷେତ୍ରରେ ଦୁର୍ଗାଙ୍କ
ମୃଣ୍ମୟମୂର୍ତ୍ତି ସାଙ୍ଗକୁ ନାଗା, ମଲ୍ଲବୀର ଓ
ବିଭିନ୍ନ ପୌରାଣିକ ଚରିତ୍ରର ମୂର୍ତ୍ତି ମଧ୍ୟ ପୂଜା
କରାଯାଏ । ଏମାନେ ମଧ୍ୟ ଗୋସାଣି ରୂପେ
ପରିଚିତ । ଏହି ଅବସରରେ ପୂଜା ପାଉଥିବା
ସମ୍ପାତ୍ତି ଚଢେଇ, ରାବଣର ଛତ୍ରଭଙ୍ଗ ଓ
ନାଗାମୂର୍ତ୍ତି ପୂଜନର ଶ୍ରୀକ୍ଷେତ୍ରର ସ୍ୱତନ୍ତ୍ରତା
ରହିଛି । ଲୋକାଚାର ଅନୁଯାୟୀ ପ୍ରଥମେ
ଶ୍ରୀମନ୍ଦିର ବେଢାସ୍ଥିତ ଦେବୀ ବିମଳାଙ୍କ
ପ୍ରତିନିଧି ରୂପେ କାକୁଡିଖାଇଙ୍କ ମୃଣ୍ମୟମୂତ୍ତିଙ୍କ
ପୂଜା ଆରମ୍ଭ ହୋଇଥିଲା । ପରେ
ସେବାୟତଙ୍କ ପ୍ରାଧାନ୍ୟ ଥିବା ବିଭିନ୍ନ ସାହି
ଉତ୍ତମ ସ୍ୱାମୀ ପାଇଁ ହରଗୌରୀ ବ୍ରତ
ଆଖଡ଼ାରେ ଗୋସାଣି ମୂର୍ତ୍ତି ପୂଜାର ପ୍ରସାର
ଘଟିଥିଲା । ହରଚଣ୍ଡୀ ସାହିରେ ଗୋସାଣି ମୂର୍ତ୍ତି
୩ଦିନଧରି ପୂଜାପାଇଥାନ୍ତି । ଏହା ବ୍ୟତୀତ
ବାଲିସାହି, ଦୋଳମଣ୍ଡପସାହି,
ମାଟିମଣ୍ଡପସାହି, କରତି ସାହି,
ବାସେଳୀସାହି, ମଣିକର୍ଣ୍ଣିକାସାହି,
ଗୌଡବାଡସାହି, ମାର୍କଣ୍ଡେଶ୍ୱରସାହି ଓ
ଗୁଡିଆସାହିରେ ମଧ୍ୟ ଗୋସାଣି ମୂର୍ତ୍ତି
ପୂଜାପାଇଥାନ୍ତି । ଏହିସବୁ ସାହିମାନଙ୍କରେ
ହିଁ ନାଗା, ମଲ୍ଲବୀର ଓ ଅନ୍ୟାନ୍ୟ ମୂର୍ତ୍ତିଙ୍କୁ
ପୂଜା କରାଯାଏ । ସହରରେ ପୂଜିତା
ଦୁର୍ଗାମୂର୍ତ୍ତିଗୁଡିକ ଦଶହରା ଦିନ ଓ
ଗୋସାଣିମୂର୍ତ୍ତିଗୁଡ଼ିକୁ ଏକାଦଶୀରେ ବିସର୍ଜନ
ହୋଇଥାନ୍ତି । ବିମଳାଙ୍କ ପ୍ରତିନିଧି
କାକୁଡିଖାଇଙ୍କ ମୃଣ୍ମୟୀମୂର୍ତ୍ତି ଦଶଭୁଜା ।
କାକୁଡିଖାଇ ପୀଠ ବ୍ୟତୀତ ମାର୍କେଟଛକ,
ବଡଶଙ୍ଖ, ଦୁର୍ଗାବାଡି ସମିତି ଓ ଷ୍ଟେସନ
ରୋଡରେ ସାର୍ବଜନୀନ ପୂଜାମଣ୍ଡପରେ
ଦଶଭୁଜା ଦୁର୍ଗାମୂର୍ତ୍ତି ପୂଜା ପାଇଥାନ୍ତି ।
ହରଚଣ୍ଡୀସାହିର ବାରବାଟୀ,
ଦୋଳମଣ୍ଡପସାହିର ଜହ୍ନିଖାଇ,
ଗୌଡବାଡସାହିରେ ଜହ୍ନିଖାଇ,
ହରଚଣ୍ଡିସାହିର ଚକ୍ରକୋଟ, ମହତେଶ୍ୱରୀ,
ଚାମୁଣ୍ଡା, ଶୀତଳପିଣ୍ଡା ଠାକୁରାଣୀ, ହଜୁରୀ
ଗୋସାଣି ପୂଜା ପାଉଥିବାବେଳେ
ମଣିକର୍ଣ୍ଣିକା ସାହିରେ ବନଦୁର୍ଗା,
ଗେଲବାଇ, ବାସେଳୀସାହିରେ ପଣାପି୍ରୟା
ଠାକୁରାଣୀ, ବାଲିସାହିରେ
ଜହ୍ନିଖାଇ,ମାଟିମଣ୍ଡପସାହିରେ ଶୂନ୍ୟ
ଗୋସାଣି, ଭୋଗଯାଗା ଗୋଷାଣି,
କରତିସାହିରେ ହରଚଣ୍ଡୀ,ଗୋଚ୍ଛିକାର
ସାହିରେ ବନଦୁର୍ଗା, ଗୁଡ଼ିଆସାହିରେ
ଯମକୋଟ ଓ ଗେଲବାଇ ଆଦି
ପୂଜାପାଇଥାନ୍ତି । ହରଚଣ୍ଡୀସାହିର ବାରବାଟୀ
ଗୋସାଣି ସବୁଠାରୁ ବୃହତ୍ତମ
ହୋଇଥିବାବେଳେ ଦୋଳମଣ୍ଡପସାହିର
ଜହ୍ନିଖାଇ ଦ୍ୱିତୀୟ । ଏହା ବ୍ୟତୀତ
ବହୁନାଗା, ମଲ୍ଲବୀର, ବୁଢା, ଶିବପାର୍ବତୀ
ମୂର୍ତ୍ତି ମଧ୍ୟ ପୂଜା କରାଯାଇଥାଏ । ଗୋସାଣି
ମୂର୍ତ୍ତିମାନଙ୍କ ହସ୍ତରେ ସର୍ପ, ଢାଲ, ଅଙ୍କୁଶ,
ଧନୁ, ଅସ୍ତ୍ର, ତୀର, ଚକ୍ର, ଶକ୍ତି, ଖଡ୍ଗ ଓ
ତ୍ରିଶୂଳ ଆଦି ଶୋଭାପାଇଥାଏ ।
ଗୋସାଣିମୂର୍ତ୍ତି ସହିତ ମହିଷାସୁର ଓ
ତାଡକାସୁର ମୂର୍ତ୍ତିଗୁଡିକ ମଧ୍ୟ ବେଶ ସୁଦୃଶ୍ୟ
ଓ ଦର୍ଶନୀୟ ହୋଇଥାନ୍ତି । ଜରିଜମ୍ବୁରାର
ସାଜରେ ଝଲସନ୍ତି ସବୁ ଗୋସାଣିମୂର୍ତ୍ତି ।
ଏକାଦଶୀରେ ସିଂହଦ୍ୱାର ସମ୍ମୁଖରେ
ଅନୁଷ୍ଠିତ ହୁଏ ଗୋସାଣି ମେଳଣ । ସବୁ
ଗୋସାଣି ମୂର୍ତ୍ତି ଏକତି୍ରତ ହୁଅନ୍ତି । ଏଥିରେ
ବିଭିନ୍ନ ସାହିର ନାଗାମୂର୍ତ୍ତିଗୁଡିକ ଭାଗ
ନିଅନ୍ତି । ଗୋସାଣିଯାତ୍ରା ଅବସରରେ
ଶ୍ରୀକ୍ଷେତ୍ର ହୋଇଉଠେ ଉତ୍ସବମୁଖର ।
ଗୋସାଣି ମେଳଣରେ ହଜାର ହଜାର
ଦର୍ଶକଙ୍କ ସମାଗମ ହୋଇଥାଏ । ତେବେ
କିଛିବର୍ଷ ଧରି କାକୁଡିଖାଇଙ୍କର ଚାନ୍ଦିମେଢ଼
ନିର୍ମିତ ହେଉଛି । ଆଗକୁ ଅନ୍ୟ
ମଣ୍ଡପଗୁଡିକ ଏହାକୁ ଆପଣାଇବା
ସମ୍ଭାବନା ରହିଛି ।