ଶତାଧିକ ସି.ଆଇ.ଟି.ୟୁ କର୍ମୀଙ୍କ ଜେଲ ଭରା ଆନେ୍ଦାଳନ

Aug 9, 2018 - 18:12
 160
ଶତାଧିକ ସି.ଆଇ.ଟି.ୟୁ କର୍ମୀଙ୍କ ଜେଲ ଭରା ଆନେ୍ଦାଳନ
ଅନୁଗୋଳ,୯/୮ (ସକାଳଖବର): ସି.ଆଇ.ଟି.ୟୁ ଅନୁଗୋଳ ଜିଲା ସାଧାରଣ ସଂପାଦକ ସାଥୀ ଉପେନ୍ଦ୍ର ଶର୍ମାଙ୍କ ନେତୃତ୍ୱରେ ୯ ଅଗଷ୍ଟ କ୍ଲାନିକାରୀ ଦିବସରେ ଶ୍ରମିକ କୃଷକ ଜେଲ ଭରା ଆନେ୍ଦାଳନରେ ଶତାଧିକ କର୍ମୀ କାରାବରଣ କରିଥିଲେ । ଉକ୍ତ ସଭାରେ ଶ୍ରୀ ଶର୍ମା କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କୁ ଭସôର୍ନା କରି କହିଥିଲେ ଯେ ଶ୍ରମିକ କୃଷଙ୍କର ମୌଳିକ ସାମାଜିକ ଅଧିକାରରୁ ବଞ୍ଚôତ କଲେ କୌଣସି ଦେଶର ବିକାଶ ସମ୍ଭବ ନୁହେଁ । ଶ୍ରମିକ କୃଷକଙ୍କୁ ସମ୍ମାନ ଦେଇ ଦେଶ ହିତରେ ଶ୍ରମିକ କୃଷକ ବିରୋଧ ଆଇନକୁ ପ୍ରତ୍ୟାହର କର । ଭୁମୀହୀନ କୃଷକମାନଙ୍କୁ ଭୂମି ଯୋଗାଇ ଦିଅ । ବାସଗୃହ ହୀନ ପରିବାରକୁ ବାସଗୃହ ଯୋଗାଇ ଦିଅ, ଘର ପଟା ଦିଅ । ଜମିହୀନକୁ ଜମି ଦିଅ । ମହିଳା, ଆଦିବାସୀ ଦଳିତ ଏବଂ ସଂଖ୍ୟା ଲଘୁମାନଙ୍କ ଉପରେ ହିଂସା ବନ୍ଦ କରି । ସମସ୍ତ ବେକାରଙ୍କୁ ନିଯୁକ୍ତି ଯୋଗାଅ । ସୁପ୍ରିମକୋର୍ଟ ନିଦେ୍ର୍ଧଶରେ ସମାନ କାମକୁ ସମାନ ମଜୁରୀ ଦିଅ । କୃଷକମାନଙ୍କୁ ଧାନ କ୍ୱିଣ୍ଟାଲ ପ୍ରତି ଟ. ୩୦୦୦.୦୦ ସର୍ବନିମ୍ନ ଦର ଦିଅ । ଏ ସମସ୍ତ କାମ ନକଲେ ଆପଣଙ୍କର ଆଚ୍ଛା ଦିନ୍ ଆସିବ ନାହିଁ । ଆଚ୍ଛାଦିନ ନାମରେ ଶ୍ରମିକ କୃଷକ ଶୋଷଣ ନିତି ଚଳିବ ନାହିଁ । ଶୋଷଣ ନିତି ପ୍ରତ୍ୟାହାର କରି ଜନହିତକର ଆଇନ୍ ପ୍ରଣୟନ କର । ଶ୍ରମିକମାନଙ୍କୁ ସାମ୍ବିଧାନିକ ମୌଳିକ ଅଧିକାର ଦେବାକୁ ଯାଇ ଶ୍ରମ ଆଇନ୍ ପରିବର୍ତ୍ତନର ଯେଉଁ ଚକ୍ରାନ୍ତ କରୁଛି, ତା ଠାରୁ ନିବୃତ୍ତ ରୁହ । କେନ୍ଦ୍ର ସରକାର ଶାସନ କାଳରେ କଳାଧନ ଫେରାଇ ଆଣିବା ପାଇଁ ଯେଉଁ ନିର୍ବାଚନି ପ୍ରତିଶୃତି ଦେଇଥିଲେ ତାହାକୁ କାର୍ଯ୍ୟକାରୀ କର । ଜିରୋ (୦) ବାଲାନ୍ସ ଜମାକାରୀ ଖଟିଖିଆ ମେହେନତି ମଣିଷ ଠାରୁ ସର୍ବନିମ୍ନ ଜମାରାଶି ରଖି ନ ପାରିଲେ ଯେଉଁ ଜୋରିମାନା ଆଦାୟ କରୁଛ ତା ଠାରୁ ନିବୃତ୍ତ ରୁହ ।