ରିଲିଫ ସାମଗ୍ରୀ ନେଇ କେରଳ ଗଲା ଟ୍ରେନ୍

Aug 22, 2018 - 18:07
 176
ରିଲିଫ ସାମଗ୍ରୀ ନେଇ କେରଳ ଗଲା ଟ୍ରେନ୍
ଭୁବନେଶ୍ୱର,୨୨/୮(ସକାଳଖବର):ସାମ୍ପ୍ରତିକ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା କେରଳ ରାଜ୍ୟକୁ ପଲିଥିନ ସହିତ ରିଲିଫ ସାମଗ୍ରୀ ପଠାଇବା ପାଇଁ ଆଜି ଧାନମଣ୍ଡଳଠାରୁ ଏକ ଟ୍ରେନ ପଠାଯାଇଛି । ଏଥିପାଇଁ ରେଳବାଇ ସଂସ୍ଥା ଟ୍ରେନ ଭଡ଼ା ଛାଡ଼ କରିଛି । ଏହି ଟ୍ରେନରେ ୨୦ଟି ୱାଗନ ଅଛି । ଆସନ୍ତା କାଲି ଏର୍ଣ୍ଣାକୁଲମରେ ଏହି ଟ୍ରେନ ପହଂଚିବ । ଅପରପକ୍ଷରେ ଆଜି ଡିସିପି ଅଫିସ ନିକଟରେ ଭୁବନେଶ୍ୱରରେ ବସବାସ କରୁଥିବା କେରଳବାସୀ ସଂଘ ଅପରପକ୍ଷରେ ଆଜି ଡିସିପି ଅଫିସ ନିକଟରେ ଭୁବନେଶ୍ୱରରେ ବସବାସ କରୁଥିବା କେରଳବାସୀ ସଂଘ ପକ୍ଷରୁ ରିଲିଫ ସାହାଯ୍ୟ କେନ୍ଦ୍ର ଖୋଲାଯାଇଛି । ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଏବଂ ହୋଟେଲ ରେଷ୍ଟୁରାଂଟ ଆସୋସିଏସନର ସଭାପତି ଜେ. କେ. ମହାନ୍ତି ଏହାକୁ ଉଦଘାଟନ କରିଥିଲେ । ଏହି ବନ୍ୟା ସାହାଯ୍ୟ ପାଇଁ ଯେଉଁମାନେ ଚାହିଁବେ ଏହି କେନ୍ଦ୍ରକୁ ଆସି ସାହାଯ୍ୟ ପ୍ରଦାନ କରିପାରିବେ ।