ଯୁଗ୍ମ ରିଲିଫ କମିଶନରଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା
ଅନୁଗୋଳ-୦୯.୦୮.୨୦୧୮ ଜିଲ୍ଲାର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଦାୟିତ୍ୱରେ ଥିବା ରାଜ୍ୟ ଯୁଗ୍ମ ରିଲିଫ କମିଶନର ଶ୍ରୀ ରଞ୍ଜନ ମହାପାତ୍ର ଆଜି ଅନୁଗୋଳ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲ୍ଲାକୁ ମିଳିଥିବା ଅନୁଦାନ ଓ ଏହାର ବିନିଯୋଗ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ବିପର୍ଯ୍ୟସ୍ତ ପରିଚାଳନା ଆମର ରାଜ୍ୟରେ ସଠିକ ଭାବେ କାର୍ଯ୍ୟକାରୀ ହେଉଥିବା ବେଳେ ଅନୁଗୋଳ ଜିଲ୍ଲାରେ ମଧ୍ୟ ସଫଳତାର ସହିତ ପରିଚାଳନା ହେଉଛି ବୋଲି ସେ ପ୍ରକାଶ କରିଥିଲେ । ବନ୍ୟା, ବାତ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ସ ପରେ ସତର୍କ ଓ ସଜାଗ ରହି ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ ଭାବେ ପରିଚାଳନା କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ୨୦୧୦-୧୧ ବର୍ଷରେ ପ୍ରଦାନ କରାଯାଇଥିବା ଅନୁଦାନର ବିନିଯୋଗ ପ୍ରମାଣ ପତ୍ର ତୁରନ୍ତ ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାଛଡ଼ା ରିଲିଫ କୋଡର଼୍ ଅନୁଯାୟୀହ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ସଠିକ ତଥ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ଲୋକମାନେ କିପରି ସଠିକ ସମୟରେ ସହାୟତା ରାଶି ପାଇବେ ସେଥିପାଇଁ ବିଭାଗୀୟ ଅଧିକାରୀମାନେ ବିଶେଷ ଯତ୍ନବାନ ହେବାକୁ ସେ ପରାମର୍ଶହ ଦେଇଥିଲେ । ସାପ କାମୁଡ଼ା, ପାଣିରେ ବୁଡ଼ିଯିବା ଓ ଅଂଶୁଘାତ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ସେ ଜିଲ୍ଲା ପ୍ରଶାସନ କୁ ପରାମର୍ଶ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ତପନ କୁମାର ଶତପଥି ଉପସ୍ଥିତ ରହି ଯୁଗ୍ମ କମିଶନରଙ୍କୁ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ । ଏହାଚଡ଼ା ଏହି ବୈଠକରେ ରିଲିଫ କମିଶନର କାର୍ଯ୍ୟାଳୟର ଓ ଏସ ଡ଼ି ଶ୍ରୀ ବିଶ୍ୱନାଥ ସାହୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ଶ୍ରୀ ଅତୁଲ୍ୟ କୁମାର ଚମ୍ପତିରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ରବି ଚନ୍ଦ୍ର ଗଡ଼ନାୟକ, ଜିଲ୍ଲା ଆପାତକାଳିନ ଅଧିକାରୀ ଶ୍ରୀ ବଇତୁରା ଦିପଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।