ମହାନଦୀ ଶଯ୍ୟାରେ ଶୁଭୁଛି ମୋବାଇଲ ରିଂ

Nov 21, 2018 - 19:10
 188
ମହାନଦୀ ଶଯ୍ୟାରେ ଶୁଭୁଛି ମୋବାଇଲ ରିଂ
କଟକ, ୨୧/୧୧ (ସକାଳଖବର): ମହାନଦୀ ସେତୁରେ ଗତକାଲି ଘଟିଥିବା ବସ୍ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଥିବାବେଳେ ୭ ଜଣ ଆହତ ଗୁରୁତର ଅବସ୍ଥାରେ ଏସ୍ସିବି ମେଡ଼ିକାଲ କଲେଜ ହସ୍ପିଟାଲ ଆଇସିୟୁରେ ଅଛନ୍ତି । ୪୧ ଜଣ ଆହତଙ୍କୁ ସ୍ୱତନ୍ତ ୱାଡର଼୍ର ଚିକିତ୍ସା କରାଯାଉଛି । ଆଜି ରାଜ୍ୟପାଳ ଓ ପରିବହନ ମନ୍ତ୍ରୀ ଡାକ୍ତରଖାନା ଆସି ଆହତଙ୍କ ଚିକିତ୍ସା ସୁବିଧା ସଂପର୍କରେ ବୁଝିବା ସହ ପରିବାରବର୍ଗଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ । ତାଳଚେର ବିଧାୟକ ଓ ପୂର୍ବତନ ସାଂସଦ ରୁଦ୍ର ପାଣି ମଧ୍ୟ ଡ଼ାକ୍ତରଖାନା ଆସିଥିଲେ । ପ୍ରଧାନମନ୍ତ୍ରୀ ଏହି ଦୁର୍ଘଟଣାରେ ଦଃୁଖପ୍ରକାଶ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଓ ଢେ଼ଙ୍କାନାଳ ଲୋକସଭା ସାଂସଦ ଡ଼ାକ୍ତରଖାନା ଆସିନାହାଁନ୍ତି । ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ଆଜି ମଧ୍ୟାହ୍ନ ସୁଦ୍ଧା ଶେଷ କରାଯାଇ ଜିଲ୍ଲା ପ୍ରଶାସନ ସହାୟତାରେ ସମସ୍ତ ମୃତଦେହ ଅନ୍ତିମ ସଂସ୍କାର ପାଇଁ ନିଜନିଜ ଘରକୁ ପଠାଯାଇଥିଲା । ଗୋଟଗୋଟି କରି ଶବ ବ୍ୟବଚ୍ଛେଦ କରାଯାଇ ପ୍ରେରଣ କରାଯାଉଥିବାବେଳେ ଡ଼ାକ୍ତରଖାନାରେ ବିଷାଦର ପରିବେଶ ସୃଷ୍ଟି ହୋଇଥିଲା । ଆତ୍ମୀୟ ସ୍ୱଜନଙ୍କ ବ୍ୟତୀରକେ ଅନ୍ୟ ସାଧାରଣ ରୋଗୀଙ୍କ ସଂପର୍କୀୟ ମଧ୍ୟ ଶୋକାବିଭୂତ ହୋଇପଡ଼ିଥିଲେ । ସାହାଯ୍ୟ ଉଦେ୍ଧଶ୍ୟରେ ଆଜି ମଧ୍ୟ ବହୁ ସ୍ୱେଚ୍ଛାସେବୀ ମେଡ଼ିକାଲରେ ଉପସ୍ଥିତ ଥିଲେ । ତେଣେ ଦୁର୍ଘଟଣା ସ୍ଥଳ ମହାନଦୀ ସେତୁ ଉପରେ ଆଜି ସାଧାରଣ ଜନତାଙ୍କ ଭିଡ଼ ଜମିଥିଲା । ମହାନଦୀ ଶଯ୍ୟାରେ ପଡ଼ିରହିଥିବା ଦୁର୍ଘଟଣାଗ୍ରସ୍ତ ବସ୍ ଦେଖିବା ପାଇଁ ଜନସାଧାରଣଙ୍କ ଭିଡ଼ ଜମିଥିଲା । ଉକ୍ତ ରାସ୍ତା ଦେଇ ଯାତାୟାତ କରୁଥିବା ଯାନବାହାନ ଓ ଜନସାଧାରଣ କିଛି କ୍ଷଣ ପାଇଁ ସେଠାରେ ଅଟକି ଯାଉଥିବା ଦେଖାଯାଉଥିଲା । ଭାଙ୍ଗିରୁଜ୍ଝି ଯାଇଥିବା ବସ୍ ଚତଃୁପାଶ୍ୱର୍ରେ ମହାନଦୀ ଶଯ୍ୟାରେ ଯାତ୍ରୀଙ୍କ ସାମଗ୍ରୀ ବିକ୍ଷିପ୍ତ ଭାବେ ପଡ଼ିଛି । ବସ୍ ମଧ୍ୟରେ ରହିଯାଇଥିବା କିଛି ମୋବାଇଲ ଫୋନ ମଧ୍ୟ ରିଂ ହେଉଥିବା ଶୁଣାଯାଇଥିଲା । କଟକ ଆରଟିଓଙ୍କ ନେତୃତ୍ୱରେ ଏହି ଦୁର୍ଘଟଣାର ତଦନ୍ତ କରାଯିବ ବୋଲି ରାଜ୍ୟ ସରକାର ନିଦେ୍ର୍ଧଶ ଦେଇଛନ୍ତି । ଇତିମଧ୍ୟରେ ପୁଲିସ ପକ୍ଷରୁ ଗାଡ଼ି ଚାଳକ ନାମରେ ମାମଲା ରୁଜ୍ୁ କରାଯାଇଛି । କଂଗ୍ରେସ, ବିଜେପି, ବିଜେଡ଼ି ରାଜନୈତିକ ଦଳ ସମେତ ସଂଖ୍ୟାଧିକ ସ୍ୱେଚ୍ଛାସେବୀ ସଂଗଠନ ଦୁର୍ଘଟଣାଗ୍ରସ୍ତ ପରିବାରଙ୍କୁ ସାନ୍ତ୍ୱନା ପ୍ରଦାନ ସହ ସମସ୍ତ ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ।