ମଦ ଜବତ ; ୨ ଗିରଫ

Oct 7, 2018 - 20:42
 195
ମଦ ଜବତ ; ୨ ଗିରଫ
ଅନୁଗୋଳ , ୭/୧୦( ସକାଳଖବର): ଅନୁଗୋଳ ଥାନା ଅନ୍ତର୍ଗତ କୁଇଅ-ଜାମୁନାଳୀ ରାସ୍ତାରୁ ଆଜି ସନ୍ଧ୍ୟାରେ ପୁଲିସ ଚଢ଼ାଉ କରି ବିପୁଳ ପରିମାଣର ମଦ ଜବତ କରିବା ସହ ୨ଜଣ ଯୁବକ ଗିରଫ କରିଛି । ଘଟଣାକୁ ପ୍ରକାଶ ଯେ ଅନୁଗୋଳ ଥାନା ଇଲାକାର ଗଡ଼ନାୟକ ଚୋରାରେ ମଦ ନେଇ ଯାଉଥିବା ବେଳେ ପୁଲିସ ପ୍ରାରମ୍ଭିକ ସୂଚନା ଅନୁଯାୟୀ ରାସ୍ତା ସାଇଡ଼ରେ ଅକଟାଇ ତାଙ୍କଠାରୁ ବିପୁଳ ପରିମାଣରେ ମଦକୁ ଜବତ କରିବା ସହ ବିଦ୍ୟାଧରକୁ ଗିରଫ କରିଥିଲେ । ସେହିପରି ସେହି ରାସ୍ତାରେ ଜାମୁନାଳୀ ଗାଁର ପ୍ରଭାକର ସେଠୀ ଚୋରା ମଦ ନେଇ ଯାଉଥିବାବେଳେ ତାଙ୍କୁଠାରୁ ମଦକୁ ଜବତ କରିବା ସହ ପ୍ରଭାକରକୁ ଗିରଫ କରିଛି ।