ଭେଟେରାନ୍ ଅଭିନେତା ଅମିତାଭ ଦୟାଲଙ୍କ ହୃଦଘାତରେ ପରଲୋକ

Feb 2, 2022 - 09:51
 55
ଭେଟେରାନ୍ ଅଭିନେତା ଅମିତାଭ ଦୟାଲଙ୍କ ହୃଦଘାତରେ ପରଲୋକ
ମୁମ୍ୱାଇ ୦୨/୦୨: ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ଅମିତାଭ ଦୟାଲଙ୍କ ପରଲୋକ । ୫୧ ବର୍ଷ ବୟସରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ଅଭିନେତାଙ୍କ ପତ୍ନୀ, ନିର୍ମାତା-ଚଳଚ୍ଚିତ୍ର ନିର୍ମାତା ମ୍ରିଣାଲୀନି ପାଟିଲ ଏନେଇ ସୂଚନା ଦେଇଛନ୍ତି । ମୁମ୍ବାଇର ନାନାବତୀ ହସ୍ପିଟାଲରେ ସେ ଚିକିତ୍ସିତ ଥିଲେ । ପତ୍ନୀ କହିଛନ୍ତି ଆଜି ସକାଳ ୪.୩୦ରେ ଅମିତାଭଙ୍କ ଦେହାନ୍ତ ହୋଇଛି । ଜାନୁଆରୀ ୧୭ରେ ହୃଦଘାତରେ ପୀଡିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଏହା ପରେ ତାଙ୍କର କୋଭିଡ -19 ପରୀକ୍ଷା ହୋଇଥିଲା । ହେଲେ ରିପୋର୍ଟ ନେଗେଟିଭ ଆସିଥିଲା । ପତ୍ନୀ ମ୍ରିଣାଳିନୀ କହିଛନ୍ତି ମୁମ୍ବାଇରେ ତାଙ୍କର ଅନ୍ତିମ ସଂତ୍କାର କରାଯିବ । ଯେହେତୁ ଅମିତାଭଙ୍କ ପରିବାର ଛତିଶଗଡର, ତେବେ ତାଙ୍କ ପରିବାର ଲୋକ ଆସିବା ପରେ ତାଙ୍କର ଅନ୍ତ୍ୟଷ୍ଟି କରାଯିବ । ଆମେ ସେମାନଙ୍କ ଅପେକ୍ଷାରେ ରହିଛୁ । ଗତ କିଛିଦିନ ତଳେ ଇନଷ୍ଟାଗ୍ରାମ ଦୟାଲ ତାଙ୍କର ଶେଷ ପୋଷ୍ଟ ସେୟାର କରିଥିଲେ । ତେବେ ଏହି ପୋଷ୍ଟଟି ଥିଲା ହସ୍ପିଟାଲ ବେଡରୁ । ସେଥିରେ ସେ କହିଥିଲେ କେବେ ହାର ମାନିବେ ନାହିଁ । ଯେତେ ଯାହା ହେଲେ ବି ନଇଁଯିବେନି । ଭଗବାନ ତମୁର ପରୀକ୍ଷା ନେଉଛି ଯ, ତୁମେ କେତେଦୂର ସଂଘର୍ଷ କରିପାରୁଛ । ସମସ୍ତଙ୍କୁ ଭଲ ପାଅ A.D…