ବେଆଇନ ବୈତରଣୀ ପାଣି ବ୍ୟବହାର ମାମଲା

Jul 10, 2018 - 15:11
 191
କଟକ ୧୦ା୭(ସକାଳଖବର): ଶିଳ୍ପ ପାଇଁ ବେଆଇନ୍ ଭାବେ ବୈତରଣୀ ନଦୀରୁ ପାଣି ନିଆଯିବା ମାମଲାରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରନ ଓ ଡକ୍ଟର ଜଷ୍ଟିସ ବି.ଆର୍.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ୩ ମାସ ମଧ୍ୟରେ ପଦକ୍ଷେପ ନେବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ଜଳ ସଂପଦ ବିଭାଗ ସଚିବ ଏହି ପ୍ରସଙ୍ଗରେ ଶୁଣାଣି କରି ପଦକ୍ଷେପ ଗ୍ରହଣ କରିବେ, ତେବେ ନିଷ୍ପତ୍ତି ନେବା ପୂର୍ବରୁ ଆବେଦନକାରୀ ଓ ପ୍ରତିପକ୍ଷ କମ୍ପାନି ଓ ଅନ୍ୟମାନଙ୍କୁ ପକ୍ଷ ରଖିବାର ସୁଯୋଗ ଦେବେ ବୋଲି ନିଦେ୍ର୍ଧଶ ଦିଆଯାଇଛି ।