ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିବସ ପାଳିତ

Sep 18, 2019 - 06:32
 111
ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିବସ ପାଳିତ
ଭୁୁବନେଶ୍ୱର, ୧୭/୯(ସକାଳଖବର): ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ତମ ଜନ୍ମ ବାର୍ଷିକରେ ଭାରତୀୟ ଜନତା ପାର୍ଟି ଭୁବନେଶ୍ୱର ଜିଲ୍ଲା ପକ୍ଷରୁ ତାଙ୍କ ଦୀର୍ଘାୟୁ କାମନା କରି ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନିକଟରେ ସମୂହ ଦୀପ ଦାନ କରାଯାଇଛି । ଜିଲ୍ଲା ସଭାପତି ଶ୍ରୀ ହରେକୃଷ୍ଣ ଖୁଂଟିଆଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ମଣ୍ଡଳର ସମସ୍ତ କାର୍ଯ୍ୟକ³ର୍ାଙ୍କ ସମେତ ଏକାମ୍ର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବାବୁ ସିଂ, ମଧ୍ୟ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ, ଜିଲ୍ଲା ଉପସଭାପତି ରାମଚନ୍ଦ୍ର ରଣସିଂହ,ଶିବପ୍ରସାଦ ବେହେରା, ସଂପାଦକ ଅଚ୍ୟୁତାନନ୍ଦ ରଣଜିତ୍, ସୁବାସିନି ପୃଷ୍ଟି, ତୃପ୍ତମୟୀ ମକଦମ, ସୁରେନ୍ଦ୍ର ପ୍ରଧାନ ପ୍ରଭୁତି ଉପସ୍ଥିତ ରହି ସାଧାରଣରେ ମିଷ୍ଠାନ ଏବଂ ଫଳ ବଂଟନ କରିଥିଲେ ।