ବାରିପଦା ଓଏଫଡ଼ିସିରେ ଦୁର୍ନୀତି

Jul 29, 2018 - 17:24
 120
ବାରିପଦା ଓଏଫଡ଼ିସିରେ ଦୁର୍ନୀତି
ବାରିପଦା, ୨୯/୭ (ସକାଳଖବର) ରବିବାର ପୂର୍ବାହ୍ନରେ ବାରିପଦା ମୟୂରଭଞ୍ଜ ସ୍ୱାଭିମାନ ସୁରକ୍ଷା ମଞ୍ଚ ପକ୍ଷରୁ ବାରିପଦା ସହରର ଷ୍ଟେସନ ବଜାରସ୍ଥିତ ବାସୁଦେବ ବିବାହ ମଣ୍ଡପ ପରିସରରେ ଏକ ଖବରଦାତା ସମ୍ମିଳନୀରେ ମଞ୍ଚର ବିଭିନ୍ନ ବକ୍ତାମାନେ ଓଏଫଡ଼ିସିର ଖଣ୍ଡୀୟ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଶାହାଙ୍କ କଳାକାରନାମାକୁ ନେଇ ବିଶୋଦ୍ଗାର କରିବା ସହିତ ଉକ୍ତ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କର ତୁରନ୍ତ ବଦଳି ଦାବି କରିଥିଲେ । ଏଥି ସହିତ ବିଭାଗ ପକ୍ଷରୁ ଦାବିକୁ ଅଣଦେଖା ପ୍ରଦର୍ଶନ କରାଗଲେ ଆଗାମୀ ଦିନରେ ମୟୂରଭଞ୍ଜ ଜିଲ୍ଲାରେ ରହିଥିବା ସମସ୍ତ ବନ ବିଭାଗର କାର୍ଯ୍ୟାଳୟଗୁଡ଼ିକୁ ଅଚଳ କରି ଦିଆଯିବ ଓ ସେହି ସମୟରେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥି ନିମନ୍ତେ ବନ ବିଭାଗ ଉତ୍ତରଦାୟୀ ରହିବେ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି । ଖବରଦାତା ସମ୍ମିଳନୀରେ ମୟୂରଭଞ୍ଜ ସ୍ୱାଭିମାନ ସୁରକ୍ଷା ମଞ୍ଚ ପକ୍ଷରୁ କରାଯାଇଥିବା ଅଭିଯୋଗ ଆଧାରରେ, ବାରିପଦା ପୌର ପରିଷଦର ପାଲବଣିସ୍ଥିତ ଓଡ଼ିଶା ବନ ଉନ୍ନୟନ ନିଗମର ଖଣ୍ଡିୟ ଅଧିକାରୀ କାଠ ଡ଼ିପୋକୁ ଆସୁଥିବା କାଠଗଣ୍ଡିକୁ ଖୁଚୁରା ଦରରେ ସ୍ଥାନୀୟ ଓ ଜିଲ୍ଲାର ଲୋକମାନଙ୍କୁ ନ ଦେଇ ସିଏଫଟି ପିଛା ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ୨ଶହ ଟଙ୍କା ମାଗିବା ସହ ବିପିଏଲ ବ୍ୟକ୍ତିମାନଙ୍କୁ ପାନକାଡର଼୍ ଦାଖଲ କରିବାକୁ କହୁଛନ୍ତି । ସେହିପରି ଡ଼ିପୋରେ ନିଲାମ କରାଯାଇଥିବା କାଠରେ ଲଟ ନମ୍ବରକୁ ବଦଳାଇ ନିଲାମ ଧାରୀଙ୍କୁ ଉକ୍ତ କାଠ ନ ଦେଇ ଅନ୍ୟ ବ୍ୟକ୍ତିଙ୍କୁ ବିକ୍ରି କରୁଛନ୍ତି