ବାତ୍ୟା ଜୱାଦ ମୁକାବିଲା ନେଇ ଏହା କହିଲେ ଏସଆରସି

Dec 3, 2021 - 09:55
 81
ବାତ୍ୟା ଜୱାଦ ମୁକାବିଲା ନେଇ ଏହା କହିଲେ ଏସଆରସି
ବନେଶ୍ୱର: ମାଡି ଅସୁଛି ବାତ୍ୟା ଜୱାଦ । ଆଜି ସକାଳେ ବଙ୍ଗୋପସାଗରରେ ବାତ୍ୟା ଜୱାଦ ଗଭୀର ଅବପାତର ରୂପ ନେଇଥିବା ବେଳେ ଆଉ କିଛି ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେଇ ସ୍ଥଳଭାଗ ଆଡକୁ ମାଡିଆସିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ବର୍ତ୍ତମାନ ଆଏମଡି ଆକଳନ ଅନୁସାରେ ବାତ୍ୟା ଜୱାଦ ପୁରୀଠାରେ ସ୍ଥଳ ଭାଗ ଛୁଇଁବାର ସମ୍ଭାବନା ରହିଛି । ତେବେ ସବୁଠାରୁ ବଡ କଥା ହେଉଛି, ଯେଉଁ ବାତ୍ୟା ସମୁଦ୍ର ଭିତରେ ଅଧିକ ଥର ଗତି ବଦଳାଏ, ତାହା ହୁଏତ ସ୍ଥଳଭାଗ ନଛୁଇଁ ପାରେ ବୋଲି ପାଣିପାଗ ବିଭାଗ କହିଛି । ଆସନ୍ତା ୪ତାରିଖ ସନ୍ଧ୍ୟାରୁ ୫ତାରିଖ ସକାଳ ସୁଦ୍ଧା ଏହା ସ୍ଥଳ ଭାଗ ଛୁଇଁପାରେ। ବାତ୍ୟା ଜୱାଦ ପୁରୀରେ ଅଳ୍ପ ସମୟ ସ୍ଥଳ ଭାଗ ଛୁଇଁଲା ପରେ ପୁଣି ସମୁଦ୍ର ଭିତରକୁ ଚାଲିଯିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଅନ୍ୟପଟେ ଏହା ସ୍ଥଳଭାଗ ନଛୁଇଁ ସମୁଦ୍ର ଭିତରେ ଓଡିଶା ଉପକୂଳ ଦେଇ ଚାଲିଯିବାର ମଧ୍ୟ ସମ୍ଭାବନା ରହିଛି । କିନ୍ତୁ ଯଦି ବାତ୍ୟା ଜୱାଦ ପୁରୀରେ ସ୍ଥଳଭାଗ ଛୁଏଁ, ତେବେ ଏହାକୁ କିପରି ମୁକାବିଲା କରିହେବ, ଏଥିପାଇଁ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରଖିଛନ୍ତି । ଆଜି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ଲୋକଙ୍କୁ ସତର୍କ କରାଇଛନ୍ତି । ବାତ୍ୟା ସମୟରେ ଲୋକମାନଙ୍କୁ ବାହାରକୁ ନବାହାରିବା ପାଇଁ ନିଦେ୍ର୍ଧଶ ଦେବା ସହ ପିଇବାପାଣି, ଶୁଖିଲା ଖାଦ୍ୟ ମହଜୁଦ୍ ରଖିବାକୁ ନିଦେ୍ର୍ଧଶ ଦେଇଛନ୍ତି । ଏହାସହିତ ବାତ୍ୟା ଭୟରେ ଚଢାଦରରେ ଅଧିକ ମାତ୍ରାରେ ଜିନିଷ ନକିଣିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀ ଜେନା । ସମସ୍ତ ତଳିଆ ଅଞ୍ଚଳର ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ ପ୍ରକ୍ରିୟା ମଧ୍ୟ ଜରି ରଖିଛି ପ୍ରଶାସନ । ତେବେ ବାତ୍ୟା ଜୱାଦ ସ୍ଥଳଭାଗ ନିକଟତ୍ତର ହେଲେ ପବନର ଘଣ୍ଟାପ୍ରତି ବେଗ ୯୦ ରୁ ୧୦୦ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ବର୍ଷାର ପରିମାଣ ସର୍ବାଧିକ ରହିବ ବୋଲି କୁହାଯାଇଛି ।