ବାଇକ୍ ଡିକି ଭାଙ୍ଗି ଦେଢ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Dec 30, 2021 - 05:35
 73
ବାଇକ୍ ଡିକି ଭାଙ୍ଗି ଦେଢ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ଜଳେଶ୍ବର ୩୦।୧୨: ଗାଡି ଡିକି ଭାଙ୍ଗି ଦେଢ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଅଜା ନାତି ନୂଆ ବାଇକ୍ କିଣିବାକୁ ଆସି ବାଇକ୍ ସୋ’ରୁମ୍ ରେ ବାଇକ୍ ଦେଖୁଥିବା ବେଳେ ଲୁଟ୍ କରିଛନ୍ତି ଲୁଟେରା । ଥାନାରେ ମାମଲା ରୁଜୁ ପରେ ପୋଲିସର ତଦନ୍ତ ଆରମ୍ଭ କରିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରେ । ସୂଚନାଯୋଗ୍ୟ ଯେ, ବାଲିବିଲ ଗ୍ରାମର ପ୍ରାଣକୃଷ୍ଣ ପରିଡା ଓ ଜଗବନ୍ଧୁ ଜେନା ସମ୍ପର୍କରେ ଉଭୟ ଅଜା ନାତି । ବୁଧବାର ଅପରାହ୍ନ ସମୟରେ ପାରୁଳିଆ ଛକରେ ଥିବା ହୋଣ୍ଡା ସୋ’ରୁମ୍ କୁ ନୂଆ ବାଇକ୍ କିଣିବାକୁ ଆସିଥିଲେ । ସୋ’ରୁମ୍‌ ରେ ଗାଡି ଦେଖୁଥିବା ବେଳେ କେହି ଦୁର୍ବୃତ୍ତ ବାଇକ୍ ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଏନେଇ ଜଗବନ୍ଧୁ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କିରିଥିବା ବେଳେ ପୋଲିସ ଅଭିଯୋଗ ପାଇ ତଦନ୍ତ ଜାରି ରଖିଛି ।