ପ୍ୟାରିସ୍ ଜି - ୭ ସମ୍ମିଳନୀରେ ମୋଦିଙ୍କ ଅଭିଭାଷଣ
ନୂଆଦିଲ୍ଲୀ ,୨୩/୮(ସକାଳଖବର): ଫ୍ରାନ୍ସ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଏହାର ରାଜଧାନୀ ପ୍ୟାରିସ୍ ଠାରେ ଆୟୋଜିତ ଜି-୭ ଶିଖର ସମ୍ମିଳନୀରେ ଯୋଗଦେଇ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ମୋଦି ଆସନ୍ତା ୫ ବର୍ଷ ପାଇଁ ଭିଜନ ସମ୍ପର୍କରେ ପ୍ରକାଶ କରିଥିଲେ ।
ମୋଦି କହିଥିଲେ ଯେ ଜି-୭ ଶିଖର ସମ୍ମିଳନୀ ଲାଗି ରାଷ୍ଟ୍ରପତି ମାକ୍ରୋଁଙ୍କ ଆମନ୍ତ୍ରଣ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ରଣନୈତିକ ସମ୍ପର୍କ ଏବଂ ମୋ ପ୍ରତି ତାଙ୍କ ମୈତ୍ରୀଭାବର ଏକ ଉଦାହରଣ । ଜୈବ ବିବିଧତା ହେଉ, ଜଳବାୟୁ ପରିବର୍ତନ ହେଉ, କୁଲିଂ ଏବଂ ଗ୍ୟାସର ପ୍ରସଙ୍ଗ ହେଉ, ଏ ସମସ୍ତ ବିଷୟ ଉପରେ ଭାରତ ଶହ ଶହ ବର୍ଷ ଧରି ପରମ୍ପରା, ସଂସ୍କୃତି, ସଂସ୍କାର ଜରିଆରେ ପ୍ରକୃତି ସହିତ ତାଳମେଳ ରକ୍ଷା କରି ଜୀବନ ନିର୍ବାହ କରିବାକୁ ସମର୍ଥନ କରିଆସିଛି । ପ୍ରକୃତିର ବିନାଶ କେବେହେଲେ ମାନବ ସମାଜ ଲାଗି ଉପକାରୀ ହେବ ନାହିଁ । ତେଣୁ ଏହି ବିଷୟ ଚଳିତ ଜି-୭ ଶିଖର ସମ୍ମିଳନୀରେ ଆଗତ କରାଯାଇଥିବାରୁ ଭାରତ ପାଇଁ ଏହା ଆହୁରି ଖୁସିର ବିଷୟ ।
ଦୁଇ ଦଶନ୍ଧି ଧରି ଆମେ ରଣନୈତିକ ଭାଗିଦାରୀ ମାର୍ଗରେ ଚାଲିଛୁ । ଆଜି ଫ୍ରାନ୍ସ ଓ ଭାରତ ପରସ୍ପରର ଭରସାଯୋଗ୍ୟ ସହଭାଗୀ । ଆମର କଠିନ ସମୟରେ ଆମେ ପାରସ୍ପରିକ ଦୃଷ୍ଟିକୋଣକୁ ବୁଝିଛୁ ଏବଂ ପରସ୍ପର ସହ ଛିଡ଼ା ହୋଇଛୁ ।
୨୦୨୨ରେ ଭାରତର ସ୍ୱାଧୀନତାକୁ ୭୫ ବର୍ଷ ପୂରଣ ହେବ, ସେତେବେଳ ସୁଦ୍ଧା ଆମେ ନୁ୍ୟ ଇଣ୍ଡିଆ ପାଇଁ ଅନେକଗୁଡ଼ିଏ ଲକ୍ଷ୍ୟ ରଖିଛୁ । ଆମର ପ୍ରମୁଖ ଉଦେ୍ଧଶ୍ୟ ହେଉଛି ଭାରତକୁ ୫ ଟ୍ରିଲିୟନ ଅର୍ଥବ୍ୟବସ୍ଥାରେ ପରିଣତ କରିବା । ପ୍ରତିରକ୍ଷା ସହଯୋଗ ଆମ ସମ୍ପର୍କର ଏକ ସୁଦୃଢ଼ ସ୍ତମ୍ଭ । ମୁଁ ଆନନ୍ଦିତ ଯେ ବିଭିନ୍ନ ପ୍ରକଳ୍ପ ଉପରେ ଆମେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି କରିସାରିଛୁ । ୩୬ଟି ରାଫେଲ ଯୁଦ୍ଧ ବିମାନ ମଧ୍ୟରୁ ପ୍ରଥମଟି ଆସନ୍ତା ମାସ ଭାରତକୁ ଦିଆଯିବ । ଆମେ ପ୍ରଯୁକ୍ତି ଏବଂ ସହ-ଉପôାଦନରେ ସହଯୋଗ ବୃଦ୍ଧି କରିବୁ । ଫ୍ରାନ୍ସ ପ୍ରଥମ ଦେଶ ଯାହା ସହିତ ଆମେ ନୂଆ ପିଢ଼ିର ବେସାମରିକ ଆଣବିକ ଚୁକ୍ତି ସ୍ୱାକ୍ଷର କରିଛୁ । ଆମେ ଆମ କମ୍ପାନୀଗୁଡ଼ିକୁ ଅନୁରୋଧ କରିଛୁ ଯେ ସେମାନେ ଜୈ÷ତାପୁର ପ୍ରକଳ୍ପ ଦିଗରେ ଆଗକୁ ବଢ଼ିବେ ଏବଂ ବିଦୁ୍ୟତର ମୂଲ୍ୟ ପ୍ରତି ମଧ୍ୟ ଧ୍ୟାନ ଦେବେ । ଏହା ମଧ୍ୟ ଖୁସିର କଥା ଯେ ଦୁଇ ପକ୍ଷରୁ ପର୍ଯ୍ୟଟନ ବୃଦ୍ଧି ପାଉଛି । ପାଖାପାଖି ୨.୫ ଲକ୍ଷ ଫ୍ରାନ୍ସ ପର୍ଯ୍ୟଟକ ଏବଂ ୭ ଲକ୍ଷ ଭାରତୀୟ ପର୍ଯ୍ୟଟକ ପ୍ରତ୍ୟେକ ବର୍ଷ ପରସ୍ପରର ଦେଶକୁ ଯାଉଛନ୍ତି । ଛାତ୍ରଛାତ୍ରୀଙ୍କ ବିନିମୟକୁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସ୍ୱତନ୍ତ୍ର ଭାବେ ପ୍ରୋତ୍ସାହନ ଦେବା ଉଚିତ । ୨୦୨୧-୨୦୨୨ରେ ସାରା ଫ୍ରାନ୍ସରେ ଭାରତୀୟ ସାଂସ୍କୃତିକ ପର୍ବ “ନମସ୍ତେ ଫ୍ରାନ୍ସ”ର ପରବର୍ତୀ ସଂସ୍କରଣ ଅନୁଷ୍ଠିତ ହେବ ।